ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ନିଯୁକ୍ତ କଲେ ଭାରତୀୟ ନିର୍ବାଚନ କମିଶନ । ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି କମିଶନ । ସେହିପରି ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ନିର୍ବାଚନ କମିଶନ ସୁଶିଲ ଲାହୋନୀଙ୍କୁ ମଧ୍ୟ ନିଯୁକ୍ତ ଦେଇଛନ୍ତି କମିଶନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟଯେ ଓଡିଶାର ୪ଟି ଆସନରେ ନିର୍ବାଚନ ପାଇଁ ମାର୍ଚ୍ଚ 6ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ 13 ସୁଦ୍ଧା ନାମାଙ୍କନ ଦାଖଲର ଶେଷ ତାରିଖ ଥିବାବେଳେ ମାର୍ଚ୍ଚ 26ରେ ନିର୍ବାଚନ ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ