ETV Bharat / city

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ବିଜେଡି ଆଭିମୁଖ୍ୟ ଉପରେ ନଜର

ସୋମବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସରଗରମ ହୋଇଛି ରାଜନୀତି। ବିଜେଡି ସୁପ୍ରିମୋ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି କିନ୍ତୁ ବିଜେଡିର ଅନ୍ଦର ମହଲ କହୁଛି ଏନଡିଏ ସମର୍ଥିତ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଦଳ। ଅଧିକ ପଢନ୍ତୁ...

author img

By

Published : Sep 13, 2020, 10:14 PM IST

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ବିଜେଡି ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର: ସୋମବାର ରାଜ୍ୟସଭା ଉପନିର୍ବାଚନ। ଏନେଇ ସରଗରମ ରାଜନୀତି। ତେବେ ବିଜେଡି ଉପରେ ରହିଛି ସମସ୍ତଙ୍କ ନଜର। ଦଳର ସୁପ୍ରିମୋ ଯଦିଓ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି ତେବେ ବିଜେଡିର ଅନ୍ଦର ମହଲ କହୁଛି ଏନଡିଏ ସମର୍ଥିତ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଦଳ।

ସାଧାରଣ ନିର୍ବାଚନ ପରଠୁ ବିଜେପି ଓ ବିଜେଡି ବେଶ ନିକଟତର ହୋଇଛନ୍ତି। କେନ୍ଦ୍ର ରାଜ୍ୟ ସମ୍ପର୍କ ଘନିଷ୍ଠ ହୋଇଛି। ଓଡିଶାକୁ ଦିଲ୍ଲୀରେ ଗୁରୁତ୍ବ ମିଳିଛି। ପୂର୍ବରୁ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମ ଦୂରତାର କଥା କହି ଆସୁଥିବା ବିଜେଡିର ଆଉ ସେ ନାରା ବି ନାହିଁ। ଓଡ଼ିଶାର ଲୋକେ ବି ଏହା ଅନୁଭବ କଲେଣି କି ବିଜେପି ଆଉ ବିଜେଡି ଏକ। ବିଗତ ଦିନର ଅନେକ ଉଦାହରଣ ଏହା ସ୍ପଷ୍ଟ କରିଛି। ଅନେକ ବିଲ କୁ ସମର୍ଥନ ଦେବା, କେନ୍ଦ୍ର ହଁରେ ହଁ ମାରିବା, ନୀତି ଓ ନିଷ୍ପତ୍ତିକୁ ସ୍ବାଗତ କରିବା ହିଁ ଉଭୟଙ୍କ ସମ୍ପର୍କ ନେଇ ଯଥେଷ୍ଟ ପ୍ରମାଣ ଦେଉଛି।

କଂଗ୍ରେସ ବିଜେଡିର ରାଜ୍ୟସଭା ଉପନିର୍ବାଚନକୁ ନେଇ କହିଛି ଯେହେତୁ ବିଜେଡି ଓ ବିଜେପି ଏକାଠି ଅଛନ୍ତି ତେଣୁ ଆରଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବା ସମ୍ଭାବନା କମ। ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ବିଜେଡି। ସେହିପରି ବିଜେଡି କହିଛି, ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିର୍ଦ୍ଦେଶ ଦେବେ ତାହା କାର୍ଯ୍ୟକାରୀ କରିବୁ। ଆଉ ବିଜେପି କହିଛି, ଯେହେତୁ ଜେଡିୟୁ ଏକ ଆଞ୍ଚଳିକ ଦଳ ତେଣୁ ଦଳର ସୁପ୍ରିମୋ ବିଜେଡି ମୁଖିଆଙ୍କ ସହିତ କଥା ହୋଇଛନ୍ତି। ବିଜେପି ପ୍ରାର୍ଥୀ ଦେଇ ନାହିଁ। ତେଣୁ ଏଠାରେ ବିଜେପି ସହ କାହିଁକି ବିଜେଡିକୁ ଯୋଡ଼ା ଯାଉଛି ଦଳର ସାଂସଦ ସୁବାସ ସିଂ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.