ETV Bharat / city

ମାର୍ଚ୍ଚ 26 ରେ ରାଜ୍ୟସଭା ନିର୍ବାଚନ; 13 ସୁଦ୍ଧା ନାମାଙ୍କନ, ଓଡିଶାରୁ 4 ଆସନ

ମାର୍ଚ୍ଚ 26ରେ 55 ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ । ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Feb 25, 2020, 12:58 PM IST

Updated : Feb 25, 2020, 4:10 PM IST

Rajyasabha election o
Rajyasabha election o

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ରାଜ୍ୟସଭାର 17 ଟି ରାଜ୍ୟରୁ 55 ଟି ଆସନ ଖାଲି ହେବ । ଖାଲି ହେଉଥିବା ଆସନ ଗୁଡିକରେ ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ସରିବ । ମଙ୍ଗଳବାର ଭାରତୀୟ ନିର୍ବାଚନ କମିଶନ ଏନେଇ ଘୋଷଣା କରିଛନ୍ତି ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ 55 ସିଟରେ ନିର୍ବାଚନ ପାଇଁ ମାର୍ଚ୍ଚ 6 ରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ 13 ସୁଦ୍ଧା ନାମାଙ୍କନ ଦାଖଲ ହେବ । ମାର୍ଚ୍ଚ 26 ରେ ଭୋଟ ଗ୍ରହଣ ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ମାର୍ଚ୍ଚ 30 ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଭୋଟ ଦାନ ପାଇଁ ସମୟ ମଧ୍ୟ ଧାର୍ଯ୍ୟ ହୋଇଛି । ସକାଳ 9 ଟାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମତଦାନ ହେବ ।

55 ସିଟ ମଧ୍ୟରୁ ରାଜ୍ୟର ମଧ୍ୟ 4 ଆସନରେ ନିର୍ବାଚନ ହେବ । ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଘଡିକେ ଘୋଡା ଛୁଟିବା ଆରମ୍ଭ ହୋଇଛି । କିଏ ଯିବେ ରାଜ୍ୟସଭା କାହାକୁ ପଠାଇବ ବିଜେଡି ? ବିଜେପି କଂଗ୍ରେସର ଭୂମିକା କଣ ହେବ? ଯୋରଦାର ହୋଇଛି ଆଶାୟୀଙ୍କ ଲବି । ବଢୁଛି ବିଜେଡି ଉପରେ ଚାପ ।

ସୂଚନାଯୋଗ୍ୟ ଯେ, ରାଜ୍ୟର 4 ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେମାନେ ହେଉଛନ୍ତି ବିଜେଡିର ନରେନ୍ଦ୍ର ସ୍ବାଇଁ, ସରୋଜିନୀ ହେମ୍ବ୍ରମ, ଅନୁଭବ ମହାନ୍ତି ଓ କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ବାଳ । ଯଦିଓ ଅନୁଭବ ଲୋକସଭାକୁ ନିର୍ବାଚିତ ହେବାପରେ ତାଙ୍କ ଆସନ ସାଧାରଣ ନିର୍ବାଚନ ପରଠାରୁ ଖାଲି ରହିଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 25, 2020, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.