ହାଇଦ୍ରାବାଦ: ପୁଣି କୋଭିଡ ଆକ୍ରାନ୍ତରେ ବିଜେଡ଼ି ନେତା । ରାଜ୍ୟସଭା ସାଂସଦ ସୁଜିତ କୁମାର ସୋମବାର କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କୋରୋନା ସଂକ୍ରମିତ ହୋଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ସାଂସଦ ସୁଜିତ ।
ପୂର୍ବରୁ ରାଜ୍ୟର ଅନେକ ନେତା କୋଭିଡ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ବର୍ତ୍ତମାନ କୋରୋନାର ପ୍ରକୋପ କିଛି ମାତ୍ରାରେ ଥମିବାରେ ଲାଗିଛି । ଦୈନିକ ସଂକ୍ରମଣ ପୂର୍ବ ଅପେକ୍ଷା ଅର୍ଦ୍ଧାଧିକ କମିଥିବା ରାଜ୍ୟ ସରକାରଙ୍କ ରିପୋର୍ଟ ସ୍ପଷ୍ଟ କରିଛି ।
ସେପଟେ ରାଜ୍ୟସଭା ସାଂସଦ ସୁଜିତ କୁମାର କୋଭିଡ ସଂକ୍ରମିତ ହୋଇଥିବାବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ହୋମ ଆଇସୋଲେସନରେ ରହିବାକୁ ନିବେଦନ କରିଛନ୍ତି ସାଂସଦ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ