ETV Bharat / city

ନବୀନ ନିବାସରେ 4 ସାଂସଦ ପ୍ରାର୍ଥୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ - ନବୀନ ନିବାସରେ ରାଜ୍ୟସଭା ପ୍ରାର୍ଥୀ

ଆସନ୍ତା ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଘୋଷଣା କରିଛି 4 ରାଜ୍ୟସଭା ପ୍ରାର୍ଥୀ । ତେବେ ପ୍ରାର୍ଥୀ ଚୟନ ପରେ ମନୋନୀତ ପ୍ରାର୍ଥୀ ଉଚ୍ଚ ସଦନକୁ ଯିବାକୁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ନବୀନ ନିବାସରେ 4 ସାଂସଦ ପ୍ରାର୍ଥୀ; ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ
Rajya Sabha candidates met Naveen
author img

By

Published : May 30, 2022, 7:44 AM IST

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ନେଇ 4 ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ସୁପ୍ରିମୋଙ୍କୁ ଭେଟିଛନ୍ତି 4 ସାଂସଦ ପ୍ରାର୍ଥୀ । ପ୍ରାର୍ଥୀ ଘୋଷଣା ପରେ ନବୀନ ନିବାସରେ ପହଞ୍ଚି ଥିଲେ 4 ରାଜ୍ୟସଭା ପ୍ରାର୍ଥୀ । ସୁଲତା ଦେଓ,ସସ୍ମିତା ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ସନ୍ଧ୍ୟାରେ ଭେଟି ଆଶୀର୍ବାଦ ନେଇଛନ୍ତି । ତେବେ ପ୍ରାର୍ଥୀ ଚୟନ ପରେ ମନୋନୀତ ପ୍ରାର୍ଥୀ ଉଚ୍ଚ ସଦନକୁ ଯିବାକୁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ ହୋଇଥିବା ସୁଲତା ଦେଓ, ମାନସ ମଙ୍ଗରାଜ, ଡ଼.ସସ୍ମିତ ପାତ୍ର ଏବଂ ନିରଞ୍ଜନ ବିଶିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତା'ସହ କହିଛନ୍ତି ଯେ ବିଜୁ ଜନତା ଦଳ ହେଉଛି ଓଡିଶାବାସୀଙ୍କ ଦଳ । ପ୍ରତିଟି ଓଡ଼ିଆର ସ୍ୱାର୍ଥ ଓ ଅଧିକାର ସୁରକ୍ଷିତ କରିବା ପାଇଁ ଆମର ଉଦ୍ୟମ ଆହୁରି ଦୃଢ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.