ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପୋଲିସ ଚୁପ୍ । କ୍ୟାପିଟାଲ ଥାନା ଅଧିନରେ ଘଟିଥିବା ଘଟଣାରେ କାହିଁକି ହେଉନି କାର୍ଯାନୁଷ୍ଠାନ । ବିସ୍ଫୋରଣରେ ଦୁଇ କର୍ମଚାରୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ । କାହିଁକି ଏଯାଏଁ ଘଟଣାରେ କାହାକୁ ଗିରଫ କରାଯାଇନି । କ'ଣ ପୋଲିସକୁ ସୁରାକ ମିଳୁନି । ନା ତଦନ୍ତ ପାଇଁ ଓଡ଼ିଶା ପୋଲିସ ଫେଲ ମାରିଛି । ଏନେଇ କମିସନରେଟ ପୋଲିସ ଫେଲ ମାରିଛି କି । ଏନେଇ ପୋଲିସ ଡିଜି କାହିଁକି ଚୁପ । ଏନେଇ ପ୍ରଶ୍ନ ପଚାରିବାରୁ କାହିଁକି ପ୍ରଶ୍ନକୁ ଏଡାଇ ଚାଲିଗଲେ ପୋଲିସ ଡିଜି ଅଭୟ ।
କ'ଣ ପୋଲିସ ଉପରେ କାହାର ଚାପ ପଡୁଛି କି ? କ'ଣ ମୃତ୍ୟ ହୋଇଥିବା ଦୁଇ କର୍ମଚାରୀଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହେବ ପୋଲିସ ? କ'ଣ ଏଭଳି ଘଟଣାର ତଦନ୍ତ ପାଇଁ କମିସନରେଟ ପୋଲିସ ଫିଟ ନୁହେଁ? ପୁର୍ବରୂ ଏନେଇ ମାନବାଧିକାର କର୍ମି ଜୟନ୍ତ ଦାସ ସିବିଆଇ ତଦନ୍ତ ଦାବି କରିଥିବା ବେଳେ, ସିପିଆଇ ନେତ୍ରୀ ପ୍ରମିଳା ବେହେରା ଜୁଡିସିଆଲ ତଦନ୍ତ ଦାବି କରିଥିଲେ ।
ତେବେ ଦେଶର ଏଭଳି ଏକ ଛାତିଥରା ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ପାଇଁ କ'ଣ କାହାର ଦୋଷ ନାହିଁ। ନା ଦୋଷୀଙ୍କୁ ଲୁଚାଇବାକୁ ଉଦ୍ୟମ ହେଉଛି । ଏନେଇ ରାଜ୍ୟ ସରକାର ସିବିଆଇ ତଦନ୍ତ ନିର୍ଦେଶ ଦେବେ କି । ଗତ ଅକ୍ଟୋବର ୭ ତାରିଖରେ ଘଟିଥିଲା ଏହି ଅଘଟଣ । ଯାହାକୁ ବିତିବାକୁ ଯାଉଛି ଏକ ମାସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ