ETV Bharat / city

ଏଣିକି ସପ୍ତାହକୁ 4 ଦିନ ଗଡିବ ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନ - ରାଜଧାନୀ ସ୍ବତନ୍ତ୍ର ଟ୍ରେନ

ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି । ଅଧିକ ପଢନ୍ତୁ...

ସପ୍ତାହକୁ 4 ଦିନ ଚଳାଚଳ କରିବ ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନ

author img

By

Published : Jun 17, 2021, 3:58 PM IST

ଭୁବନେଶ୍ବର: ଭୁବନେଶ୍ବର ରାଜଧାନୀ ସ୍ବତନ୍ତ୍ର ଟ୍ରେନ ସପ୍ତାହକୁ ଚାରିଦିନ ଚଳାଚଳ କରିବ । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି ।

କୋଭିଡ଼-୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହାକୁ ଏବେ ପରିବର୍ତ୍ତନ କରାଯାଇଅଛି । 02823 ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ବରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ ।

02824 ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ ।

02825/02826 ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଭାୟା ଆନ୍ଧ୍ରା ଭୁବନେଶ୍ବରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ ।

02855/02856 ଭୁବନେଶ୍ବର-ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ବିଶେଷ ଟ୍ରେନ ଭାୟା ସମ୍ବଲପୁର ସିଟି ଏବଂ ରାଉରକେଲା ଭୁବନେଶ୍ବରରୁ 26 ଜୁନ୍ (ଶନିବାର) ଏବଂ ନୂଆଦିଲ୍ଲୀରୁ 27 ଜୁନ୍ ଦିନ ବାତିଲ ରହିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.