ETV Bharat / city

ସରିଲା ସଜବାଜ, ରଜ ପାଇଁ ପୁରପଲ୍ଲୀ ଚଳଚଞ୍ଚଳ - ସରିଲା ସଜବାଜ

ରାତି ପାହିଲେ ରଜ। ଓଡ଼ିଶାର କୃଷିଭିତ୍ତିକ ପର୍ବ ରଜ ପାଇଁ ଗାଁଠୁ ସହର ସବୁଆଡେ ଚାଲିଛି ଆୟୋଜନ । ରଜକୁ କିଭଳି ଭାବରେ ଧୁମଧାମରେ ପାଳନ କରାଯିବ, ପିଠାପଣା ତିଆରି ହେବ ଓ କିଭଳି ପୋଷାକ ପରିଚ୍ଛେଦ କିଣାଯିବ ସେନେଇ ଆୟୋଜନରେ ଲାଗିପଡିଛନ୍ତି କୁଆଁରୀ ଝିଅ ।

ଡିଜାଇନ ଫଟୋ
author img

By

Published : Jun 13, 2019, 10:57 PM IST

ଭୁବନେଶ୍ବର: ମାଟି ଓ ମୌସୁମୀର ମିଳନର ପର୍ବ ରଜ, କୁଆଁରୀ ଝିଅର ପର୍ବ ରଜ । ରାତି ପାହିଲେ ଓଡିଶାର ଗଣପର୍ବ ରଜ । ପିଠା ଖାଇ, ଦୋଳି ଖେଳି ରଜ ପାଳିବେ କୁଆଁରୀ କନ୍ୟା । ରଜ ଦୋଳି କଟମଟ ଗୀତରେ ବନସ୍ତ ଉଛୁଳିବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଲାଣି ପୁର ଠାରୁ ପଲ୍ଲୀ । ସବୁଠି କେବଳ ଆନନ୍ଦ ଆଉ ଉତ୍ସାହ। ରାଜ୍ୟରେ ମୁଖ୍ୟତଃ 3 ଦିନ ଦିନ ଧରି ରଜ ପାଳନ ହେଉଥିବା ବେଳେ ସବୁଠି ପ୍ରସ୍ତୁତି ଜୋରଦାର ଚାଲିଛି । ଗାଁ ହେଉ କି ସହରର ରଜ ପାଳିବାକୁ ସଭିଏଁ ଚାତକ ଭଳି ଅନେଇ ରହିଥାନ୍ତି । ଚଳିତ ଥର ବାତ୍ୟା ଫନି ଉପକୂଳ ଓଡିଶାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି କରିଥିଲେ ବି ଫିକା ପଡିନି ରଜ ବଜାର । ତେବେ ଆସନ୍ତୁ ଜାଣିବା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ କେମିତି ଚାଲିଛି ରଜ ପ୍ରସ୍ତୁତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଶାର ଗଣ ପର୍ବ ଭାବେ ପରିଚିତ ରଜ ମହୋତ୍ସବ। ଗାଁ ଠୁ ସହର ବେଶ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳନ କରାଯାଏ।କିନ୍ତୁ ଧୀରେ ଧୀରେ ସହରୀ ସଭ୍ୟତା ଓ ଆଧୁନିକତାର ଚାକଚକ୍ୟ ଭିତରେ ପରମ୍ପରା ଓ ପ୍ରଥାକୁ ଭୁଲି ଯାଉଥିବା ବେଳେ ଏହାକୁ ଉଜ୍ଜୀବିତ କରି ରଖିବା ପାଇଁ ଓଟିଡିସି ପକ୍ଷରୁ ପ୍ରୟାସ କରାଯାଇଛି।

ପ୍ରତିବର୍ଷ ଭଳି ଓଡିଶା ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ବିଭିନ୍ନ ପାନ୍ଥନିବାସରେ ରଜ ମହୋତ୍ସବ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସ୍ୱରୂପ ରଜ ଦୋଳି ଲଗାଯାଇଛି। କେବଳ ଭୁବନେଶ୍ୱର ନୁହେଁ କଟକ,ଚାନ୍ଦିପୁର, ଗୋପାଳପୁର,ସମ୍ବଲପୁର, ରାଉରକେଲା, ବଡ଼କୁଳ ଓ ପାରାଦୀପ ସ୍ଥିତ ପାନ୍ଥନିବାସରେ ରଜ ଦୋଳିର ବ୍ୟବସ୍ଥା କରାଯାଇଛି ।

ଆହୁରି ମଧ୍ୟ ଏଠାରେ ରଜରେ ହେଉଥିବା ବିଭିନ୍ନ ପ୍ରକାର ପିଠାପଣା ପୋଡପିଠା, ଆରିଶା ,କାକାରା, ମଣ୍ଡା ସହିତ ରଜ ପାନର ମଜା ନେବାପାଇଁ ବ୍ୟବସ୍ଥା କରାଯାଇଛି। ଯାହାକି ସୁଲଭ ମୂଲ୍ୟରେ ଲୋକମାନେ ଏଠାରେ ପାଇଁ ପାରିବା ସହିତ ରଜ ଦୋଳିର ମଜ୍ଜା ନେଇ ପାରିବେ ବୋଲି କହିଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ।

ଜଗତସିଂହପୁର: ରଜ ପ୍ରସ୍ତୁତି ପାଇଁ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଚାଲିଛି ଜୋରଦାର ପ୍ରସ୍ତୁତି । ରଜ ପାଇଁ ଦୋକାନ ବଜାରରେ ଲାଗିଛି ଖଚାଖଚ୍ ଭିଡ । ଧନି ହେଉ କି ଗରିବ ରଜ ପର୍ବ ପାଳନ ପାଇଁ ସମସ୍ତଙ୍କ ମନରେ ଆନନ୍ଦ ଉତ୍ସହ। ଖାସ କରି ପୋଷାକ ଓ କସମେଟିକ ଦୋକାନରେ ନାହିଁ ନଥିବା ଭିଡ। ଗ୍ରାହକଙ୍କ ଚାହିଦା ଦେଖି ବିଭିନ ଶୋରୁମ ମାଲିକ ମାନେ ମଧ୍ୟ ଆକର୍ଷଣୀୟ ଅଫର ଦେଇ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ଏଥିରେ ବାଦ ପଡିନାହାନ୍ତି ଖୁଦ୍ର ବେବସାୟୀ।

ଫୁଟପାତରେ ସେମାନେ ପସରା ମେଲେଇ ଦେଇଛନ୍ତି। ରଜ ବଜାରରେ ଫଳର ଚାହିଦା ବି ଅଧିକ। ଲୋକେ ଆମ୍ବ ପଣସ ସପୁରୀ ଦର ଆକାଶ ଛୁଆଁ ହୋଇଥିଲେ ବି ଲୋକେ ରଜ ପାଇଁ ଚଢାଦରରେ କିଣୁଥିବା ଦେଖିବାକୁ ମିଳିଛି। ଆଜି ସଜବାଜ ଥିବାରୁ ଗାଁ ଗହଳିରେ ରଜ ମଉଜ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।

ଫୁଲବାଣୀ: ରଜକୁ ନେଇ କନ୍ଧମାଳ ଜିଲ୍ଲାରେ ଚାଲିଛି ଜୋରଦାର ପ୍ରସ୍ତୁତି । ଫୁଲବାଣୀରେ କୁମାରୀମାନେ ରଜ ଗୀତ ଓ ନୃତ୍ୟରେ ଝୁମୁଥିବା ବେଳେ ଆସନ୍ତା ତିନି ଦିନ ପାଇଁ ପ୍ରସ୍ତୁତି କରୁଛନ୍ତି । ବନସ୍ତେ ଡାକିଲା ଗଜ ଓ ଏମିତି ଅନେକ ରଜ ଗୀତ ଓ ନାଚ ଅଭ୍ୟାସ ରେ ଲାଗିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଜଗତସିଂହପୁରରୁ ସୁଶାନ୍ତ ପାତ୍ର ଓ କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

 Visual on FTP

ସ୍ଲଗ-ପରୀକ୍ଷା ଫଳରେ ତ୍ରୁଟି ନେଇ ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଅସନ୍ତୋଷ
ଆଙ୍କର- ଗତକାଲି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ର ତୃତୀୟ ବର୍ଷ ର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଏକ ଶହ ରୁ ଉର୍ଦ୍ଧ୍ବ  ଛାତ୍ର ଛାତ୍ରୀଙ୍କ ଫଳ ଘୋଷଣା କରାଯାଇଛି । ଏଥିରେ ବହୁ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ସର୍ବାଧିକ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ବେଳେ ବହୁ ମହାବିଦ୍ୟାଳୟ ର ଫଳ ନୈରାଶ୍ୟ ଜନକ ହୋଇଛି । କିନ୍ତୁ ଏହି ମହାବିଦ୍ୟାଳୟ ଅଧୀନରେ ଥିବା କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଙ୍କ ପରୀକ୍ଷା ଫଳ ରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ପ୍ରଥମ ବର୍ଷ ଓ ଦୂତୀୟ ବର୍ଷ ରେ ଦେଇଥିବା ଇଣ୍ଟରନାଲ ପରୀକ୍ଷା ଫଳ ମଧ୍ୟ ଘୋଷଣା ନକରି ଛାତ୍ରୀ ଙ୍କ ଫେଲ ଥିବା ଫଳ ବାହାର କରିଦିୟା ହୋଇଛି।ଵିଶେଷ କରି ବିଜ୍ଞାନ ବିଭାଗର ଛାତ୍ରୀଙ୍କ ଠାରେ ଏହି  ତ୍ରୁଟି ଦେଖା ଦେଇଛି । ଏହା ସହ ସଂସ୍କୃତ, ସୋସିୟଲୋଜି, ଗଣିତ ଆଦି ପରୀକ୍ଷାରେ ଏହା ମଧ୍ୟ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି।  ଏହ ତ୍ରୁଟି ଯୁକ୍ତ ପରୀକ୍ଷା ଫଳ ଘୋଷଣା ଫଳରେ ଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତ ମଧ୍ୟରେ ଠେଲି ହୋଇଥିବା ଆଶଙ୍କା ସୃଷ୍ଟି ହୋଇଛି । ଏହି ପୁରୁଣା ଇଣ୍ଟରନାଲ ମାର୍କ ନେଇ କଲେଜ କତ୍ତୃପକ୍ଷ ଙ୍କୁ ଛାତ୍ରୀ ମାନେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରୀ । ଫେଲ ମାର୍କ ଯୋଗୁଁ ସେମାନେ ଆଗାମୀ ପିଜି ପାଇଁ ଫର୍ମ ପୂରଣ କରି ପାରୁ ନଥିବା ଅଭିଯୋଗ କରିଛନ୍ତି। ଏନେଇ କଲେଜ କତ୍ତୃପକ୍ଷ ଙ୍କୁ ପଚାରିବାରୁ ସେ ଏନେଇ ବିଶ୍ୱବିଦ୍ୟାଳୟ କୁ ଜଣେଇଥିବା ପ୍ରକାଶ କରିଛନ୍ତି । ଦୁଇଦିନ ମଧ୍ୟରେ ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳ ସଂଶୋଧନ କରି ସଠିକ ପରୀକ୍ଷା ଫଳ ପ୍ରକାଶ କରିବାକୁ ଆଶ୍ୱାସନା ପରେ ଛାତ୍ରୀ ଅସନ୍ତୋଷ ଥମିଥିଲା।
ବାଇଟ-୧-ମଞ୍ଜୁଲତା ବାରିକ( ଛାତ୍ରୀ)
ବାଇଟ-୨-ସଂଗୀତା ମହାନ୍ତ( ଛାତ୍ରୀ)
ବାଇଟ-୩-ବସନ୍ତ ମହାନ୍ତ( ଅଭିବାବକ)
ବାଇଟ-୪- ପ୍ରଭାକର ନାଏକ( କଲେଜ କତ୍ତୃପକ୍ଷ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.