ETV Bharat / city

ରାଜ୍ୟ ସଂଗ୍ରହାଳୟରେ ପ୍ରଥମ ଥର ପାଇଁ ପାଳିତ ରଜ ମହୋତ୍ସବ

author img

By

Published : Jun 16, 2022, 11:38 AM IST

ରାଜ୍ୟ ସଂଗ୍ରହାଳୟରେ (State Museum) ପ୍ରଥମ ଥର ପାଇଁ ପାଳିତ ହେଉଛି ରଜ ମହୋତ୍ସବ । ଦୋଳି ପାନ ପିଠା ସହ ଅନ୍ୟାନ୍ୟ ଖାଇବାର ପସରା ଖୋଲିଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Raja Festival is celebrate for the first time at the State Museum
ରାଜ୍ୟ ସଂଗ୍ରହାଳୟରେ ପ୍ରଥମ ଥର ପାଇଁ ପାଳିତ ରଜ ମହୋତ୍ସବ

ଭୁବନେଶ୍ବର: ରାଜ୍ୟ ସଂଗ୍ରହାଳୟରେ(State Museum) ପ୍ରଥମ ଥର ପାଇଁ ପାଳିତ ହେଉଛି ରଜ ମହୋତ୍ସବ । ଦୋଳି ପାନ ପିଠା ସହ ଅନ୍ୟାନ୍ୟ ଖାଇବାର ପସରା ଖୋଲିଥିବାରୁ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଏହାର ମଜା ନେଉଛନ୍ତି ପର୍ଯ୍ୟଟକଙ୍କ ସହ ରାଜଧାନୀବାସୀ । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ସମାନ ଭାବରେ ଗାଁରୁ ନେଇ ସହର ଚଳଚଞ୍ଚଳ ହୋଇଛି । ପ୍ରତି ବର୍ଷ ଏହି ତିନିଦିନକୁ ଉତ୍କଣ୍ଠାର ସହିତ ପାଳନ କରନ୍ତି ପ୍ରତିଟି ଓଡିଆ ।

ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ଅଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.