ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ଜାରି ରହିଛି ତଦନ୍ତ । ଏମିତିରେ ଘଟଣାର ୧୨ ଦିନ ପରେ କୋର୍ଟରେ ଦାଖଲ ହୋଇଛି ପ୍ରମାଣ । ବିସ୍ଫୋରଣ ସ୍ଥଳରୁ ସଂଗୃହିତ ସାଇଣ୍ଟଫିକ ପ୍ରମାଣକୁ ଏସଡିଜେଏମ କୋର୍ଟରେ ଦାଖଲ କରିଛି କମିଶନରେଟ ପୋଲିସ । ଯାହାକୁ କୋର୍ଟର ଅନୁମତି କ୍ରମେ ଫରେନସିକ ଟିମକୁ ପଠାଯାଇଛି ।
ତେବେ ପ୍ରମାଣ ମଧ୍ୟରେ ରହିଛି ବିସ୍ଫୋରଣ ସ୍ଥଳରୁ ସଂଗୃହୀତ ଶରୀରର ଅଂଶଵିଶେଷ, ମିଳିଥିବା ଏକ ଚପଲ, ଏଟିଏମ, ସଂଗୃହୀତ ମାଟି ସମେତ ରକ୍ତ ଲାଗିଥିବା ସାମଗ୍ରୀ ଓ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଥିବା ପେଟ୍ରୋଲ ଟାଙ୍କିର କିଛି ସାମଗ୍ରୀ । 3ଟି ପେଟିରେ ୨୧ଟି ଡ଼ବା ଓ ୨୦ରୁ ଊର୍ଦ୍ଧ୍ବ ପ୍ୟାକେଟରେ ସଂଗୃହୀତ ପ୍ରମାଣକୁ ସିଲ କରି କୋର୍ଟରେ ଉପସ୍ଥାପନା କରାଯାଇଥିଲା । ପରେ ଫରେନସିକ ଟିମକୁ ଏସବୁର ସବିଶେଷ ତଥ୍ୟ ଯାଞ୍ଚ ପାଇଁ ପଠାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ