ETV Bharat / city

ରାଜଧାନୀରେ ଲଗାଣ ବର୍ଷା, ତଳିଆ ଅଞ୍ଚଳ ବୁଲିଲେ ମେୟର

ମଙ୍ଗଳବାର ରାତିରୁ ରାଜଧାନୀରେ ଲାଗି ରହିଛି ବର୍ଷା । ତଳିଆ ଅଞ୍ଚଳ ବୁଲି ଦେଖିଲେ ମେୟର ସୁଲୋଚନା ଦାସ । ଅଧିକ ପଢନ୍ତୁ

author img

By

Published : May 11, 2022, 10:34 AM IST

Updated : May 11, 2022, 3:26 PM IST

ରାଜଧାନୀରେ ଲଗାଣ ବର୍ଷା, ତଳିଆ ଅଞ୍ଚଳ ବୁଲିଲେ ମେୟର
ରାଜଧାନୀରେ ଲଗାଣ ବର୍ଷା, ତଳିଆ ଅଞ୍ଚଳ ବୁଲିଲେ ମେୟର

ଭୁବନେଶ୍ବର: ବାତ୍ୟା ଅସାନି ପ୍ରଭାବରେ ରାଜଧାନୀରେ ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଛି । ଯାହାକୁ ନେଇ ଭୁବନେଶ୍ବରର ବିଭିନ୍ନ ତଳିଆ ଅଞ୍ଚଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ମେୟର ସୁଲୋଚନା ଦାସ । ତାଙ୍କ ସାଙ୍ଗରେ କର୍ପୋରେଟର ଓ ବିଏମସିର ବିଭାଗୀୟ ଯନ୍ତ୍ରୀ ମଧ୍ୟ ରହିଛନ୍ତି । ମେୟର ସୁଲୋଚନା କହିଛନ୍ତି, ''ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ସେଭଳି କୌଣସି ସ୍ଥିତି ଉପୁଜି ନାହିଁ । ପାଣି ଜମା ହୋଇନାହିଁ କିମ୍ବା ଅସୁବିଧା ହୋଇନାହିଁ । ବିଭିନ୍ନ ଡ୍ରେନ ଉପରେ ନଜର ରହିଛି । ସମସ୍ତ ଅଞ୍ଚଳକୁ ମୁଁ ନିଜେ ବୁଲୁଛି ଏବଂ ବିଏମସି ଅଧିକାରୀ ମଧ୍ୟ ବୁଲି ଦେଖୁଛନ୍ତି ।''

''ସମ୍ବେଦନଶୀଳ ଜାଗାରେ ମୋଟର ପମ୍ପ ମହଜୁଦ ରହିଛି । ଯଦି ସମସ୍ୟା ହୁଏ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ । ପାଣିପାଗ ବିଭାଗ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବ ବୋଲି କୁହାଯାଇଛି । ଯଦି ତଳିଆ ଅଞ୍ଚଳ କି ବସ୍ତିରେ ପାଣି ଜମେ, ତେବେ ଲୋକଙ୍କୁ ସ୍ଥାନାନ୍ତର କରିବା ନେଇ ଆଶ୍ରୟ ସ୍ଥଳ ପ୍ରସ୍ତୁତ ରହିଛି। ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି। ଏବେ ଯାଏଁ ଆଶ୍ରୟସ୍ଥଳକୁ କେହି ଆସିନାହାନ୍ତି । ବିଭିନ୍ନ ତଳିଆ ଅଞ୍ଚଳରେ ଅଗ୍ନିଶମ ବାହିନୀ ସଜାଗ ରହିଛି ।''

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 11, 2022, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.