ETV Bharat / city

ଅବପାତ ରୂପ ନେବ ଲଘୁଚାପ, ଆଜିଠୁ ଆରମ୍ଭ ହେବ ବର୍ଷା

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଶୁକ୍ରବାର ଏହା ଅବପାତର ରୂପ ନେବ । ଏହାରି ପ୍ରଭାବରେ ଆଜିଠାରୁ ବର୍ଷା ଆରମ୍ଭ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By

Published : Aug 18, 2022, 9:15 PM IST

ଆଜିଠୁ ଆରମ୍ଭ ହେବ ବର୍ଷା
ଆଜିଠୁ ଆରମ୍ଭ ହେବ ବର୍ଷା

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଶୁକ୍ରବାର ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ସକ୍ରିୟ ଲଘୁଚାପ ଉତ୍ତର-ପୂର୍ବ ପାର୍ଶ୍ଵବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ତଥା ବାଙ୍ଗଲାଦେଶ ଏବଂ ମିଆଁମାର ଉପକୂଳରେ ସକ୍ରିୟ ରହିଛି । ଏହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶଃ-ଲଘୁଚାପ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହୋଇ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବ । ଫଳରେ ରାଜ୍ୟରେ ଆଜି(ଗୁରୁବାର) ସନ୍ଧ୍ୟାରୁ ବର୍ଷା ଆରମ୍ଭ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଆଜିଠୁ ଆରମ୍ଭ ହେବ ବର୍ଷା

ଲଘୁଚାପ ପ୍ରଭାବ ୧୯ ଓ ୨୦ ତାରିଖରେ ସର୍ବାଧିକ ରହିବ । ଶୁକ୍ରବାର କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବା ନେଇ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିଭଳି କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଯାଜପୁର, ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହାସହ ଝାରସୁଗୁଡା, ବରଗଡ଼, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଆସନ୍ତା ୨୦ରେ ଭାସିବ ଓଡ଼ିଶା, ଅବପାତ ରୂପ ନେବ ଲଘୁଚାପ

ଆସନ୍ତା ୨୦ ତାରିଖରେ ୮ ଜିଲ୍ଲାକୁ ଅରେଞ୍ଜ ସହ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସୁବର୍ଣ୍ଣରେଖା, ବୈତରଣୀ ଅବବାହିକାରେ ସବୁଠାରୁ ଅଧିକ ବର୍ଷା ହେବା ନେଇ ଆଶଙ୍କା କରାଯାଉଛି । ୫୧ ମିମି ରୁ ୭୫ମିମି ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାବେଳେ ମହାନଦୀ ଉପରମୁଣ୍ଡରେ ୩୮ ରୁ ୫୦ ମିମି, ବ୍ରାହ୍ମଣୀ ୩୮.୫୦ ମିମି ଓ ବୁଢ଼ାବଳଙ୍ଗରେ ୩୮.୫୦ମିମି ବର୍ଷା ହେବ। ସମୁଦ୍ର ଅଶାନ୍ତ ରହିବା ଯୋଗୁଁ ୨୦ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.