ଭୁବନେଶ୍ବର: କୋଭିଡ଼ ମହାମାରୀ ମଧ୍ୟରେ ଗତବର୍ଷ ଏପ୍ରିଲ ୧୮ରେ ସହରାଞ୍ଚଳ ମଜୁରୀ ନିଯୁକ୍ତି ପଦକ୍ଷେପ ( ୟୁଡବ୍ଲ୍ୟୁଇଆଇ ) ଆରମ୍ଭ କରାଯାଇଥିଲା । ସହରାଞ୍ଚଳ ଗରିବ, ପ୍ରବାସୀ ଶ୍ରମିକଙ୍କୁ ସହାୟତା ଥିଲା ଏହି ଯୋଜନାର ଲକ୍ଷ୍ୟ ।
ୟୁଡବ୍ଲ୍ୟୁଇଆଇ ରାଜ୍ୟର ସମସ୍ତ ୧୧୪ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ବଞ୍ଚିତ ଗୋଷ୍ଠୀର ଜୀବନ ଉପରେ ପ୍ରଭାବ ପକାଇଛି । ଏହି ସ୍କିମରେ ସହରାଞ୍ଚଳରେ ରହୁଥିବା ଗରିବ, ଅସୁରକ୍ଷିତ ବର୍ଗର ଲୋକଙ୍କ ପାଇଁ ନିରନ୍ତର ଜୀବିକା ନିର୍ବାହ, ପରିବେଶର ସୁରକ୍ଷା, ଜଳବାୟୁ ସ୍ଥାୟୀ ସମ୍ପ୍ରଦାୟର ସମ୍ପତ୍ତି ସୃଷ୍ଟି କରିବା ଲାଗି ବ୍ୟବସ୍ଥା କରାଯାଇଛି ।
ପ୍ରାୟ ୧୮୦୦୦ ବର୍ଷା ଜଳ ଅମଳ ସଂରଚନା ସହରାଞ୍ଚଳ ମଜୁରୀ ନିଯୁକ୍ତି ଇନିସିଏଟିଭ୍ ( ୟୁଡବୃଇଆଇ ) ଅଧୀନରେ ଓଡିଶାର ସମସ୍ତ ୧୧୪ ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ମିଶନ ଶକ୍ତି ଗୋଷ୍ଠୀ ସହିତ କାର୍ଯ୍ୟକାରୀ ହେବ । ଏକ ମିଶନ ମୋଡରେ ନିଆଯିବାକୁ ପଦକ୍ଷେପ ସମସ୍ତ ୧୧୪ ପୌରାଞ୍ଚଳକୁ ତୁରନ୍ତ ପାର୍କ, ଖେଳପଡିଆ ଇତ୍ୟାଦି ଖୋଲା ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁଠାରେ ପ୍ରଥମ ପର୍ଯ୍ୟାୟରେ ବର୍ଷା ଜଳ ଅମଳ ସଂରଚନା ର୍ନିମାଣ ହେବ । ରାଜ୍ୟର ୧୧୪ ପୌରସଂସ୍ଥା ମଧ୍ୟରେ ଥିବା ୨୦୩୫ ୱାର୍ଡରେ ଆରଡବ୍ଲ୍ୟୁଏଚ୍ଏସ୍ ରହିବା ଏବଂ ୱାର୍ଡରେ ୫ ଆରଡବ୍ଲ୍ୟୁଏଏସ/ ୱାର୍ଡ, ମ୍ୟୁନିସିପାଲିଟିରେ ୧୦ ଆରଡବ୍ଲ୍ୟୁଏଚ୍ଏସ/ ୱାର୍ଡ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ୨୦ ଆରଡବ୍ଲ୍ୟୁଏଚ୍ଏସ/ୱାର୍ଡ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କୁ ତୁରନ୍ତ କାର୍ଯ୍ୟ ପ୍ରଦାନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଶନ୍ ଶକ୍ତି ଗୋଷ୍ଠୀକୁ ସଚେତନ ସହିତ ସେମାନଙ୍କୁ କାର୍ଯ୍ୟ ଆରମ୍ଭ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୩୬୦ ସାଇଟ୍ ବଛା ଯାଇଥିବାବେଳେ ୧୨୯୯୬ ପାଇଁ ୭୦କୋଟି ଟଙ୍କାର ଯୋଜନା ପ୍ରସ୍ତୁତ ହୋଇଛି । ୧୧୬୬୦ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୬୬୭୬ ଏମ୍ଏସଜି ଏବଂ ଏସଡିଏ ଗୋଷ୍ଠୀ ନିୟୋଜିତ ହୋଇଛନ୍ତି । ୧୦୧୫୨ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ୪୧୯୬ ଆରଡବ୍ଲ୍ୟୁଏଚ୍ଏସ୍ର କାର୍ଯ୍ୟ ସମାପ୍ତ ହୋଇଛି । ଚାଲୁଥିବା ଆରଡବ୍ଲ୍ୟୁଏଚ୍ଏସ୍ କାର୍ଯ୍ୟର ପ୍ରାୟ ୮୦ % ସମାପ୍ତ ହେବାକୁ ଯାଉଛି । ଅନ୍ୟ ୫୦୦୦ ଆରଡବ୍ଲ୍ୟୁଏଚ୍ଏସ୍ ଧାର୍ଯ୍ୟ ଲକ୍ଷ୍ୟରେ ଯୋଡି ହେବାର ସମ୍ଭାବନା ଅଛି । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମଥିଭାଥନନଙ୍କ ନେତୃତ୍ବରେ ଏକ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଏବଂ ପୌରସଂସ୍କାର କମିଶନର୍/ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନେତୃତ୍ବରେ ସିଟି ଲେଭଲ୍ କୋର ଗ୍ରୁପ ଗଠନ କରାଯାଇଛି । ଯାହାକି ଆସନ୍ତା ମୌସୁମୀ ଋତୁ ଆରମ୍ଭ ପୂର୍ବରୁ ଜଳ ଅମଳର ପ୍ରକଳ୍ପ ପ୍ରତିଷ୍ଠା କରିବରେ ସହାୟକ ହେବ । ସମସ୍ତ ପୌରାଞ୍ଚଳ, ବିକାଶ ପ୍ରାଧିକରଣ ଏବଂ ଯୋଜନା ପ୍ରାଧିକରଣରୁ ଇଞ୍ଜିନିୟରମାନଙ୍କୁ ସ୍ବଳ୍ପ ମୂଲ୍ୟରେ ବୈଷୟିକ ମଡେଲ ଉପରେ ତାଲିମ ଦେବା ପାଇଁ ବିଭାଗ ଦ୍ବାରା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଲକ୍ଷ୍ୟଗୁଡିକ କିପରି ହାସଲ କରାଯିବ ସେ ନେଇ ଆଲୋଚନା ହୋଇଛି । ଜଳ ପରିଚାଳନାରେ ବିଭାଗ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ପ୍ରମୁଖ ଶାସନ ସଚିବ ମାଥିଭାଥାନନ କହିଛନ୍ତି । ଏହା କରିବାର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପଦ୍ଧତି ବିଭିନ୍ନ ଆରଡବ୍ଲ୍ୟୁଏଚ୍ଏସ୍ ଦ୍ଵାରା କାର୍ଯ୍ୟକାରୀ ହେବ । ଭୂତଳ ଜଳ ସଂରକ୍ଷଣ ସୁନିଶ୍ଚିତ କରିବା ବ୍ୟତୀତ ଏହା ଜଳ ପ୍ରବାହ ଜନିତ ବନ୍ୟାକୁ ହ୍ରାସ କରିବାରେ ସହାୟକ ହେବ । ଏହା ପୌରାଞ୍ଚଳରେ ହାଇଡ୍ରୋଲୋଜିକାଲ୍ ସନ୍ତୁଳନକୁ ସ୍ଥିର କରିବାରେ ସାହାଯ୍ୟ କରିବ । ଏଥିସହ ଏହା ଜଳବାୟୁ ସ୍ଥିରତାକୁ ସୁନିଶ୍ଚିତ କରିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ