ETV Bharat / city

WEATHER UPDATE OF ODISHA: 24ରୁ ଭିଜିବ ଓଡିଶା !

author img

By

Published : Feb 20, 2022, 4:36 PM IST

ପୁଣି ଭିଜିବ ଓଡିଶା। 24ରୁ ଓଡ଼ିଶାରେ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକ ପଢନ୍ତୁ

WEATHER UPDATE OF ODISHA : 24ରୁ ଭିଜିବ ଓଡିଶା !

ଭୁବନେଶ୍ବର: ପଶ୍ଚିମା ଝଡ ପ୍ରଭାବରେ ଭିଜିବ ଓଡିଶା। 24ରୁ ଓଡ଼ିଶାରେ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ ।

ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ସକ୍ରିୟ ରହିଛି। ବିହାରରୁ ପୂର୍ବ-ବିଦର୍ଭ ଯାଏଁ ଛତିଶଗଡ ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ବାୟୁ ମଣ୍ଡଳରେ ଥିବା ନିମ୍ନ ଚାପରେଖା ଲମ୍ବିଛି । ଏହାର ପ୍ରଭାବରେ ଆଜି(ରବିବାର) ଉପକୂଳ ଓଡିଶା ଓ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ଗତ 24 ଘଣ୍ଟାରେ କିଛି ଅଞ୍ଚଳରେ ହାଲୁକା ବର୍ଷା ଅନୁଭୂତ ହୋଇଛି।

ଏହାବି ପଢନ୍ତୁ : ସାମ୍ବାଦିକଙ୍କୁ ମାଡ଼ ପ୍ରସଙ୍ଗ: ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଗୋପାଳପୁର ଠାରେ ସର୍ବାଧିକ ବର୍ଷା 22.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହାସହ ବରଗଡ଼ ଓ ସମ୍ବଲପୁରରେ ମଧ୍ୟ ହାଲୁକା ବର୍ଷା ଅନୁଭୂତ ହୋଇଛି। ପଶ୍ଚିମା ଝଡ ପ୍ରଭାବରେ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି। ରାଜ୍ୟରେ ଦିନର ତାପମାତ୍ରା ଅଧିକାଂଶ ଅଞ୍ଚଳରେ 30 ଡିଗ୍ରୀରୁ ଅଧିକ ରହିଛି। ଟିଟିଲାଗଡ଼,ତାଳଚେର ଓ ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 32 ଡିଗ୍ରୀ ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.