ETV Bharat / city

ଥମିବନି ବର୍ଷା, 24 ଘଣ୍ଟାରେ ଆହୁରି ବର୍ଷିବ - weather report

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

rain continue most of district in odisha
ଥମିବନି ବର୍ଷା, 24 ଘଣ୍ଟା ମଧ୍ୟରେ ଅଧିକାଂଶରେ ଜିଲ୍ଲାରେ ବର୍ଷିବ
author img

By

Published : Mar 5, 2020, 11:29 PM IST

ଭୁବନେଶ୍ବର: ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଉତ୍ତର ଓଡ଼ିଶାର ପ୍ରାୟ ସବୁ ସ୍ଥାନରେ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ବିଶେଷକରି କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ଜଗତସିଂହପୁର, କେନ୍ଦ୍ରାପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ନୟାଗଡ଼,ଖୋର୍ଦ୍ଧା, କଟକ,ବାଲେଶ୍ଵର, ଭଦ୍ରକ,ଯାଜପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଥମିବନି ବର୍ଷା, 24 ଘଣ୍ଟା ମଧ୍ୟରେ ଅଧିକାଂଶରେ ଜିଲ୍ଲାରେ ବର୍ଷିବ

ଏପରିକି କିଛି ସ୍ଥାନରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେଓଗଡ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପବନ ହୋଇପାରେ । ଏହାସହ କେନ୍ଦ୍ରାପଡା, ମୟୂରଭଞ୍ଜ, ବଲାଙ୍ଗୀର, ସୋନପୁର, ଭଦ୍ରକ, ବୌଦ୍ଧ ଓ ଅନୁଗୁଳ ଜିଲ୍ଲାରେ କୁଆ ପଥର ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଗତ ବୁଧବାର ରାଜ୍ୟର ପ୍ରାୟ ସବୁ ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ଗୁଣୁପୁରରେ ସର୍ବାଧିକ ୪୯.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗିବାଡିରେ ୩୫ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.