ଭୁବନେଶ୍ବର:ଆସନ୍ତା ୨୯ ତାରିଖରୁ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ଝାରସୁଗୁଡା,ସୁନ୍ଦରଗଡ,ମୟୁରଭଞ୍ଜ,ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟା, ଅର୍ଥାତ୍ ଗୁରୁବାର ମଧ୍ୟରେ ମୟୂରଭଞ୍ଜ, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ରାୟଗଡା ଓ ନବରଙ୍ଗପୁର ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ।
ତେବେ ଆସନ୍ତା ୩ ଦିନରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ ରୁ ୪ ଡିଗ୍ରୀ ଖସିବ, ଦକ୍ଷିଣ ଉପକୂଳରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ଖସିବା ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ୧୩.୫ ଡିଗ୍ରୀ, ସୁନ୍ଦରଗଡ଼ରେ ୧୪, ବାରିପଦାରେ ୧୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ଦାସ, ଇଟିଭି ଭାରତ