ଭୁବନେଶ୍ବର : ସାରା ରାଜ୍ୟରେ ଏବେ ତାପମାତ୍ରା ବୃଦ୍ଧି ପାଇଛି । ସ୍ବାଭାବିକ ତାପମାତ୍ରା ଠାରୁ ୨ ରୁ ୩ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ମଧ୍ୟରେ କୋରାପୁଟ,ରାୟଗଡା,ଗଜପତି ଏବଂ ମାଲକାନଗିରି ଜିଲ୍ଲାରେ ସ୍ଵଳ୍ପ ବର୍ଷାର ସମ୍ଭାବନା ରହିଛି । ସେହିପରି ବୁଧବାର ମଧ୍ୟ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ରାଜଧାନୀରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ତାପମାତ୍ରା ୩୯ ଡିଗ୍ରୀ ପାଖାପାଖି ରହିବା ନେଇ ଆକଳନ ହୋଇଛି । ତେବେ ଗତ ୨୪ ଘଣ୍ଟାରେ ଭୁବନେଶ୍ବର ଓ ବାରିପଦାରେ ସର୍ବୋଚ୍ଚ ତାପମାତ୍ରା ୩୯.୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଅନୁଗୁଳରେ ୩୯.୭,ନୟାଗଡ଼ ୩୯.୦,ବୌଦ୍ଧରେ ୩୯.୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରୀ ରେକର୍ଡ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ