ଭୁବନେଶ୍ବର: କୋରୋନା ଭାଇରସ ଯୋଗୁଁ ଅଗଷ୍ଟ 12 ଯାଏଁ ସମସ୍ତ ମେଲ, ଏକ୍ସପ୍ରେସ ଓ ଯାତ୍ରୀବାହୀ ଟ୍ରେନ ବନ୍ଦ ରହିବ । ଜୁନ 30 ମଧ୍ୟରାତ୍ରରୁ ଅଗଷ୍ଟ 12 ମଧ୍ୟରେ ନିତିଦିନିଆ ଟ୍ରେନ ଚଳାଚଳକୁ ବନ୍ଦ କରିଦିଆଯାଇଛି । ଟିକେଟ ବାବଦରେ ସମସ୍ତ ଅର୍ଥ ଫେରସ୍ତ କରାଯିବ । ସେପଟେ ଚାଲୁ ରହିଥିବା ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ ଜାରି ରହିବ ।
ସ୍ପେଶାଲ ଟ୍ରେନ ବାଦ, କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବାକି ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ଇଣ୍ଟରସିଟି ଟ୍ରେନ, ମେମୁ ଟ୍ରେନ ସେବା ସହ ଲୋକାଲ ପାସେଞ୍ଜର ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରହିବ ।
ଏହି ସମସ୍ତ ଟ୍ରେନରେ ପୂର୍ବରୁ ବୁକିଂ ହୋଇଥିବା ଟିକେଟ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ନିର୍ଦ୍ଦେଶାବଳୀ ଅନୁଯାୟୀ ପୂର୍ଣ୍ଣ ପରିମାଣରେ ଟିକେଟ ଅର୍ଥ ଫେରସ୍ତ କରାଯିବା ନେଇ ଘୋଷଣା କରାଯାଇଛି । ଅନ୍ୟପଟେ ସ୍ୱତନ୍ତ୍ର ଟ୍ରେନ ଯାହା ମେ’ 12 ତାରିଖରୁ ଜୁନ 1 ଠାରୁ ନିଦ୍ଦିଷ୍ଟ ମାର୍ଗ ଦେଇ ପୂର୍ବ ପରି ଚଳାଚଳ କରିବ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ