ETV Bharat / city

ରାଜ୍ୟକୁ ଆତଙ୍କବାଦୀ ଭୟ, ବଢିବ ରେଳ ସୁରକ୍ଷା

ଡିଜି କ୍ୟାମ୍ପ ଅଫିସରେ ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକ । ପୋଲିସ ଡିଜି ବିଜୟ କୁମାର ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନକ୍ସଲ, ଆତଙ୍କବାଦୀ ଓ ଯାତ୍ରୀଙ୍କ ସୁରକ୍ଷା ନେଇ ହୋଇଛି ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 15, 2019, 3:48 PM IST

Updated : Oct 15, 2019, 5:28 PM IST

ଭୁବନେଶ୍ବର: ଷ୍ଟେସନର ବଢିବ ସିକ୍ୟୁରିଟି। ନିକଟବର୍ତ୍ତୀ ଅଞ୍ଚଳରେ ରହିବ କଡା ନଜର। ଏନେଇ ସ୍ବତନ୍ତ୍ର ରେଳ ସୁରକ୍ଷା ବୈଠକରେ ଆଲୋଚନା କରିଛନ୍ତି ପୋଲିସ ଡିଜି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବଢିବ ରାଜ୍ୟ ରେଲୱେ ଷ୍ଟେସନର ସୁରକ୍ଷା ବ୍ୟବସ୍ଥା । ହାଇ ସିକ୍ୟୁରିଟିରେ ରହିବ ଷ୍ଟେସନ ପ୍ଲାଟଫର୍ମ, ରେଲୱେ ଟ୍ରାକ, ରେଲୱେ କଲୋନି, ଷ୍ଟେସନ ନିକଟବର୍ତ୍ତୀ ବସ୍ତି। ଜିଆରପି, ଆରପିଏଫ ସହାୟତାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ।

ସେହିପରି ଫାୟାର ସେଫଟି ପାଇଁ ଫାୟାର ଅଡିଟ କରି ସାର୍ଟିଫିକେଟ ଦିଆଯିବ । ଷ୍ଟେସନକୁ ଏଣ୍ଟ୍ରିରେ ବ୍ୟାଗେଜ ସ୍କାନର, ଷ୍ଟେସନ ପରିସରକୁ ସିସିଟିଭି ନଜର, ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ହାଇମାକ୍ସ ଲାଇଟରେ କଭର କରିବାକୁ ଗୁରୁତ୍ବ ଦିଆଯାଇଛି। ବିଶେଷ କରି ଷ୍ଟେସନରେ ଥିବା ଭେଣ୍ଡର ଓ ହକରଙ୍କ ଆଇଡି ଭେରିଫେକସନ ସହ ସେମାନଙ୍କ ଗତିବିଧି ଉପରେ ନଜର ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

ଷ୍ଟେସନ ନିକଟରେ ରହୁଥିବା ବସ୍ତି ଓ ରେଲୱେ କଲୋନିରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସ୍ବତନ୍ତ୍ର ସୁରକ୍ଷା ସହ ପ୍ଲାଟଫର୍ମ ଓ ରେଲୱେ ଟ୍ରାକ ଉପରେ ବିଭିନ୍ନ ଗୁଇନ୍ଦା ଆଧାରରେ କଡା ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି। ଷ୍ଟେସନରେ ପାସେଞ୍ଜରଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବା ସହ ସେମାନଙ୍କ ଅଭିଯୋଗକୁ ତ୍ବରିତ ବେଗରେ ସମାଧାନ ପାଇଁ ଆଲୋଚନା କରାଯାଇଛି।

ଉଭୟ ରେଲୱେ କର୍ତ୍ତୃପକ୍ଷ ଓ ଓଡିଶା ପୋଲିସ ମିଳିତ ଉଦ୍ଯମରେ ରେଳ ସୁରକ୍ଷା ପାଇଁ ଆବଶ୍ଯକୀୟ ଭିତ୍ତିଭୂମି ସଜାଡାଯିବ । ସମନ୍ବିତ ସୁରକ୍ଷା ସ୍କିମ ଜରିଆରେ ଦେଶର ୨୦୦ରୁ ଊର୍ଦ୍ଧ୍ବ ରେଳ ଷ୍ଟେସନର ସୁରକ୍ଷା ନେଇ ଆଲୋଚନା ହେଇଛି । ଏହା ସହିତ ରାଜ୍ଯର ୫ରୁ ୬ଟି ଷ୍ଟେସନ ତଥା ରାଉରକେଲା, ଝାରସୁଗୁଡା, କଟକ, ପୁରୀ, ଭୁବନେଶ୍ବର, ବ୍ରହ୍ମପୁର ଭଳି ଷ୍ଟେସନର ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଡିଜି କ୍ଯାମ୍ପ ଅଫିସରେ
ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକBody:ରାଜ୍ୟସ୍ତରୀୟ ରେଳବାଇ ସୁରକ୍ଷା ବୈଠକ
ପୋଲିସ ଡିଜିପି ବିଜୟ ଶର୍ମାଙ୍କ ଅଧକ୍ଷତାରେ ବୈଠକ
ନକ୍ସଲ, ଆତଙ୍କବାଦୀ, ଯାତ୍ରୀଙ୍କ ସୁରକ୍ଷା ନେଇ ବୈଠକ ରେ ଆଲୋଚନା । ରେଳବାଇ ଏଡିଜି, ଗୁଇନ୍ଦା ଆଇଜି, କଟକ ଓ ରାଉରକେଲା ରେଳବାଇ ଏସପି ଓ ଭାରତ ସରକାରଙ୍କ ଗୁଇନ୍ଦା ବିଭାଗର ଯୁଗ୍ମ ନିର୍ଦ୍ଦଶେକ ଉପସ୍ଥିତConclusion:
Last Updated : Oct 15, 2019, 5:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.