ETV Bharat / city

ରେଳବାଇର ସଂରକ୍ଷିତ, ଅଣସଂରକ୍ଷିତ ଟିକେଟ କାଉଣ୍ଟର ମାର୍ଚ୍ଚ ୩୧ ଯାଏଁ ବନ୍ଦ

author img

By

Published : Mar 23, 2020, 5:54 PM IST

ରେଳବାଇ ସଂରକ୍ଷିତ, ଅଣସଂରକ୍ଷିତ ଟିକେଟ କାଉଣ୍ଟର ଏବଂ ପାର୍ସଲ ଅଫିସ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ବନ୍ଦ । ରିଜର୍ଭେସନ ଟିକେଟ ଉପରେ ରିଫଣ୍ଡ କ୍ଲେମ କରିବା ପାଇଁ ୩ ମାସ ସମୟ ଦେଇଛି ରେଳ ବିଭାଗ । ଅଧିକ ପଢନ୍ତୁ....

All train cancelled till 31 march
ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରେଳ ସେବା

ଭୁବନେଶ୍ବର: ରେଳବାଇ ସଂରକ୍ଷିତ, ଅଣସଂରକ୍ଷିତ ଟିକେଟ କାଉଣ୍ଟର ଏବଂ ପାର୍ସଲ ଅଫିସ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ । ରିଜର୍ଭେସନ ଟିକେଟ ଉପରେ ରିଫଣ୍ଡ କ୍ଲେମ କରିବା ପାଇଁ ୩ ମାସ ସମୟ ଦେଇଛି ରେଳ ବିଭାଗ । କୋରୋନା ଭାଇରସରୁ ଦେଶକୁ ରକ୍ଷା କରିବା ପାଇଁ ସାରା ଦେଶରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ରେଳ ସେବାକୁ ବାତିଲ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ ଠାରେ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ, ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହିତ ପାର୍ସଲ ଅଫିସକୁ ମଧ୍ୟ ମାର୍ଚ୍ଚ ଶେଷ ଯାଏଁ ବନ୍ଦ କରି ଦିଆଯାଇଛି । ଏହି ସମୟରେ ଆଗ ଧାଡ଼ିର କର୍ମଚାରୀ ପିଆରଏସ, ୟୁଟିଏସ, ପାର୍ସଲ ଅଫିସ ଓ ଟିକେଟ ଚେକିଂ କର୍ମଚାରୀମାନେ ଅନ୍ୟାନ୍ୟ କାର୍ଯ୍ୟାଳୟ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ରହିବା ସହିତ ଦରକାର ହେଲେ ସେମାନଙ୍କର କାର୍ଯ୍ୟାଳୟ ରେକର୍ଡ କାର୍ଯ୍ୟରେ ନିୟୋଜିତ ହେବେ ।

ଯେହେତୁ ପିଆରଏସ କାଉଣ୍ଟର ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସେଥିପାଇଁ ଯାତ୍ରୀମାନଙ୍କୁ ରିଫଣ୍ଡ ଦେବାର ବ୍ୟବସ୍ଥା କରାଯାଇଛି । ଯେପରିକି ଯାତ୍ରୀମାନେ ଟିକେଟ କାଉଣ୍ଟରକୁ ନଆସିବେ । ଏହି ସମୟରେ ରିଫଣ୍ଡ ନିୟମକୁ କୋହଳ କରାଯାଇଛି । କାଉଣ୍ଟର ଠାରୁ ଟିକେଟ କ୍ରୟ କରିଥିବା ଯାତ୍ରୀମାନେ ଜୁନ ୨୧ ତାରିଖ ମଧ୍ୟରେ ପିଆରଏସ କାଉଣ୍ଟର ଠାରୁ ସେମାନଙ୍କର ଟିକେଟ ବାତିଲ କରି ପୂର୍ଣ୍ଣ ଦେୟ ପାଇପାରିବେ । ଏହା ବ୍ୟତୀତ ଟ୍ରେନ ଯାତ୍ରା ତାରିଖ ଠାରୁ ୩୦ ଦିନ ମଧ୍ୟରେ ଷ୍ଟେସନରୁ ଟିକେଟ ଡିପୋଜିଟ ରସିଦ ଆଣି କ୍ଲେମସ ଅଫିସ ଠାରେ ଦାଖଲ କରି ୬୦ ଦିନ ମଧ୍ୟରେ ଦେୟ ଫେରସ୍ତ ନେବାକୁ ମଧ୍ୟ କୁହାଯାଇଛି । ଅନଲାଇନରେ ଟିକେଟ ବୁକ କରିଥିବା ଯାତ୍ରୀମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଆଇଆରସିଟିସି ୱେବସାଇଟରୁ ସେମାନଙ୍କର ଟଙ୍କା ଫେରସ୍ତ ପାଇ ପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.