ETV Bharat / city

ଟେଣ୍ଡର ପାସ ନାଁରେ 3 କୋଟି ଟଙ୍କା ଠକେଇ ଅଭିଯୋଗ, ବାଘ ଗିରଫ - prashant bagha

ଇଷ୍ଟକୋଷ୍ଟ ରେଲୱେ ଚିଫ ଇଂଜିନିୟର ପ୍ରଶାନ୍ତ ଠିକାଦାର ଟେଣ୍ଡର କରାଇଦେବ କହି ୩ କୋଟି ଟଙ୍କାର ଆଡଭାନସ ନେଇ ଫେରାର ହୋଇଯାଇଥିବାବେଳେ, ତାଙ୍କୁ ଗିରଫ କରିଛି କମିଶନରରେଟ ପୋଲିସ । ଅଧିକ ପଢନ୍ତୁ....

ଟେଣ୍ଟର ପାସ ନାଁରେ 3 କୋଟି ଟଙ୍କା ଠେକେଇ ଅଭିଯୋଗ, ବାଘ ଗିରଫ

author img

By

Published : May 26, 2020, 11:37 AM IST

ଭୁବନେଶ୍ବର: ରାଜଧାନୀ ସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ବାଘ। ଇଏ ହେଉଛନ୍ତି ପ୍ରଶାନ୍ତ କୁମାର ବାଘ । ଯିଏକି ଜଣେ ରେଲୱେ ଚିଫ ଇଂଜିନିୟର । ଟେଣ୍ଡର ପାସ ନାଁରେ ୩ କୋଟି ଟଙ୍କା ଠକେଇ ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ସୂଚନାମୁତାବକ, ଇଷ୍ଟକୋଷ୍ଟ ରେଲୱେ ଚିଫ ଇଂଜିନିୟର ପ୍ରଶାନ୍ତ ଠିକାଦାର ଚିତ୍ରେସେନ ବାଘଙ୍କ ଠାରୁ ଟେଣ୍ଡର କରାଇଦେବ କହି ୩ କୋଟି ଟଙ୍କାର ଆଡଭାନସ ନେଇଥିଲେ। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଧରାଛୁଆଁ ଦେଇନଥିଲେ । ଏପରିକି ଚିତ୍ରସେନଙ୍କୁ ଜୀବନରୁ ମାରିଦେବାର ଧମକ ସହ ଗାଳିଗୁଲଜ କରି ତାଙ୍କୁ ଟଙ୍କା ବିଷୟରେ ଜାଣିନଥିବା କହିଥିଲେ। ଯାହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଠକେଇ ଅଭିଯୋଗ ଆଣିଥିଲେ ଚିତ୍ରସେନ।

ଏହାକୁ ଆଧାରକରି ଆପିସିର ଧାରା ୪୨୦, ୫୦୬, ୨୯୪ ଓ ପୁର୍ବରୁ ତାଙ୍କ ନାଁରେ ଥିବା ଏନବିଡବ୍ଲୁ କେସକୁ ଆଧାରକରି ପ୍ରଶାନ୍ତ କୁମାର ବାଘକୁ ଗିରଫ କରିଛି । ମଙ୍ଗଳବାର ସଂଧ୍ୟା ସୁଦ୍ଧା କୋର୍ଟ ଚାଲାଣ କରିବ କମିଶନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.