ETV Bharat / city

ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ ରେଳମନ୍ତ୍ରୀ - ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ

ରାଜଧାନୀ କୋଚ୍‌ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ରେଳ ଷ୍ଟେସନରେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ । ଅଧିକ ପଢ଼ନ୍ତୁ

ରାଜଧାନୀ କୋଚ୍‌ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ

author img

By

Published : Jan 6, 2022, 10:54 PM IST

ଭୁବନେଶ୍ବର/ କଟକ/ ଅନୁଗୋଳ: ରାଜଧାନୀ କୋଚ୍‌ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ବର ରେଳ ଷ୍ଟେସନରେ ଭିଡିଓ କନଫରେନ୍ସ ମାଧ୍ୟମରେ ପୁରୀରୁ ଗଡ଼ିଲା ତପସ୍ବିନୀ ଏକ୍ସପ୍ରେସ । ଯାତ୍ରୀମାନଙ୍କୁ ଉନ୍ନତ ତଥା ଆରାମଦାୟକ ଯାତ୍ରା ଯୋଗାଇବ ପାଇଁ ରେଳବାଇ ପକ୍ଷରୁ 18452/18451 ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସକୁ ବର୍ତ୍ତମାନର ପ୍ରଚଳିତ କୋଚ ପରିବର୍ତ୍ତେ ଉନ୍ନତମାନର ରାଜଧାନୀ କୋଚ ଭଳି ଲିଙ୍କେ-ହୋଫମାନ-ବୁଶ (LHB-Linke Hofmann Busch) କୋଚ୍‌ ସହିତ ଚଳାଇବାକୁ ସ୍ଥିର ହୋଇଛି ।

ରାଜଧାନୀ କୋଚ୍‌ ସହ ପୁରୀ-ହଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସର ଶୁଭାରମ୍ଭ

ଏହି ସୁବିଧା ଆରାମଦାୟକ ଯାତ୍ରା ଅଭିଜ୍ଞତା ଏବଂ କମ୍ ଶବ୍ଦ ସହିତ ସୁରକ୍ଷା ବୃଦ୍ଧି କରାଇବ । ଏହି ଟ୍ରେନ୍‌ ଶୁଭାରମ୍ଭ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ସେପଟେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ସୁର ରାଉତରାୟ ମଧ୍ୟ ଏଥିରେ ଯୋଗ ଦେଇଥିଲେ । ସେପଟେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି ରାଜ୍ୟର ମନ୍ତ୍ରୀଗଣ । ନିମନ୍ତ୍ରଣ ଥାଇ ବି କାର୍ଯ୍ୟକ୍ରମକୁ ଆସିଲେନି ମନ୍ତ୍ରୀ ଅଶୋକ ପଣ୍ଡା ଓ ପଦ୍ମନାଭ ବେହେରା, ବିଜେଡି ବିଧାୟକ ସୁଶାନ୍ତ ରାଉତ ଓ ବିଧାୟକ ଅନନ୍ତ ନାରାୟଣ ଜେନା । ଅଭିଭାଷଣରେ ମହାପ୍ରଭୁଙ୍କ କାମରେ ରାଜନୀତି ନ କରିବାକୁ କହିଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

କଟକରେ ଏହି ଟ୍ରେନ୍‌ର ଷ୍ଟପେଜ ରହିଥିବାରୁ ଏହା କଟକବାସୀଙ୍କ ପାଇଁ ବେଶ ଲାଭଦାୟକ ହେବ । ଦୀର୍ଘଦିନ ଧରି ଯେଉଁ ରେଳ ଓ ରେଳ ଷ୍ଟେସନ ବିକାଶ ପାଇଁ ସର୍ବଦା କଟକବାସୀ ଦାବି କରି ଆସୁଥିଲେ ତାହା ଧୀରେ ଧୀରେ ପୂର୍ଣ୍ଣ ହେଉଥିବା ଆଲୋଚନା ହେଉଛି ।

ଏହି ଟ୍ରେନ ଯେଉଁ ଯେଉଁ ଷ୍ଟେସନ ଦେଇ ଅତିକ୍ରମ କରିବ ସେଇ ସବୁ ଷ୍ଟେସନରେ ସ୍ୱତନ୍ତ୍ର କଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହିକ୍ରମରେ ଅନୁଗୋଳ ରେଳ ଷ୍ଟେସନ ମଧ୍ୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପ ବାଚସ୍ପତି ରଜନୀକାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏକ କାଳୀନ ସମସ୍ତ ଅତିଥି ପତାକା ଦେଖାଇ ହଟିଆ ପୁରୀ ଓ ପୁରୀ ହଟିଆ LHB କୋଚ୍‌ ଥିବା ଟ୍ରେନ ର ଶୁଭାରମ୍ଭ କରିଥିଲେ । ଏହା ଦେଶରେ ହେଉଥିବା ରେଳ ଆଧୁନିକକରଣର ଏକ ଉଦାହରଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, କଟକରୁ ପ୍ରଭୁକଲ୍ୟାଣ ପାଲ, ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.