ETV Bharat / city

ପୁଣି ଉଠିଲା ଓବିସି ରାଜନୀତି: ବିଜେଡିକୁ ବିଜେପିର ଟାର୍ଗେଟ, କଂଗ୍ରେସ କହିଲା ଆନ୍ତରିକତା କମ

author img

By

Published : Jan 2, 2021, 10:26 PM IST

ରାଜ୍ୟ ପଛୁଆବର୍ଗ କମିଶନ ଭାବରେ ରଘୁନାଥ ବିଶ୍ଵାଳଙ୍କୁ ଦାୟିତ୍ଵ ଦେବା ପରେ ବିଭିନ୍ନ ରାଜନୈତିକ ମହଲରେ ଚର୍ଚ୍ଚା । ଅଧିକ ପଢନ୍ତୁ...

ପୁଣି ଉଠିଲା ଓବିସି ରାଜନୀତି: ବିଜେଡିକୁ ବିଜେପିର ଟାର୍ଗେଟ, କଂଗ୍ରେସ କହିଲା ଆନ୍ତରିକକତା କମ

ଭୁବନେଶ୍ବର: ପୁଣି ଉଠିଲା ଓବିସି ରାଜନୀତି । ଏବେ ଓବିସିଙ୍କ ପାଇଁ ସଂରକ୍ଷଣ ଚିନ୍ତା ସବୁ ରାଜନୈତିକ ଦଳକୁ ଘାରିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ବାରମ୍ବାର ଚିଠି ଲେଖୁଥିବାବେଳେ କଂଗ୍ରେସ ମଧ୍ୟ ଓବିସିଙ୍କ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଛି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଓବିସିଙ୍କ ପାଇଁ ଡାଟାବେସ ପ୍ରସ୍ତୁତି କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

୧୯୩୧ ପରେ ରାଜ୍ୟରେ ଓବିସିଙ୍କ ପାଇଁ ଡାଟାବେସ ପ୍ରସ୍ତୁତି କରାଯିବ । ତାଲିକାଭୁକ୍ତ ହୋଇନଥିବା ପଛୁଆବର୍ଗଙ୍କୁ ଏଥିରେ ସାମିଲ କରାଯିବ । ସେଥିପାଇଁ ଆଜି(ଶନିବାର) ରାଜ୍ୟ ପଛୁଆବର୍ଗ କମିଶନ ଭାବରେ ରଘୁନାଥ ବିଶ୍ଵାଳଙ୍କୁ ଦାୟିତ୍ଵ ଦିଆଯାଇଛି । ଏଥିସହ ତାଙ୍କର ତିନିଜଣ ସଦସ୍ୟ ମଧ୍ୟ ଦାୟିତ୍ଵ ଗ୍ରହଣ କରିଛନ୍ତି । ତେବେ ରାଜ୍ୟରେ ଓବିସି ପାଇଁ କେତେ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବ ତାହା ମଧ୍ୟ ପରବର୍ତ୍ତୀ ପ୍ରର୍ଯ୍ୟାୟରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ୯୦ ଦଶକରୁ ଆଜି ପର୍ଯ୍ୟନ୍ତ ୩୦ ବର୍ଷ ହେବ ପଛୁଆବର୍ଗଙ୍କ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ହେଲେ ଏଥିରୁ ଆମ ରାଜ୍ୟବାସୀଙ୍କୁ ବଞ୍ଚିତ କରାଯାଇଛି । କେନ୍ଦ୍ର ସରକାର ଅର୍ଥନୈତିକ କ୍ଷେତ୍ରରେ ୧୦ ପ୍ରତିଶତ ଲାଗୁ କରିଛନ୍ତି । ଓଡିଶା ସରକାର ଲାଗୁ କରନ୍ତୁ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପାଖରେ ଓବିସିଙ୍କ ଲିଷ୍ଟ ଅଛ । କେବଳ ରାଜନୈତିକ ଇଛାଶକ୍ତି ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହି ସାମ୍ବିଧାନିକ ଅଧିକାରରୁ ଓବିସିବର୍ଗଙ୍କୁ ବଞ୍ଚିତ କରିବା ଅନୁଚିତ୍ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିବା ସହ ଏଥିପାଇଁ ରାଜ୍ୟସରକାର ଆନ୍ତରିକତା ଆଣନ୍ତୁ ବୋଲି ସେ କହିଛନ୍ତି ।

ସେପଟେ ଏହାର ଜବାବ ରଖି ବିଜେଡି ନେତା ଭର୍ତୃହରି ମହତାବ କହିଛନ୍ତି ଯେ, "ରାଜ୍ୟ ସରକାର ଅବଲୋକନ କରି ତାହାର କାର୍ଯ୍ୟ କରୁଛନ୍ତି, ଖୁବଶୀଘ୍ର ଏହାର ସାମାଧାନ ହେବ । ରାଜ୍ୟରେ କେତେ ପ୍ରତିଶତ ସଂରକ୍ଷଣ ହେବ ତାହା ଚିନ୍ତା କରାଯାଉଛି । ଯେତେବେଳେ ଓବିସି କଥା ଆସୁଛି ସେତେବେଳେ କାଷ୍ଟ ବା ଜାତି ପଲିଟିକ୍ସ କଥା କାହିଁକି ଉଠୁଛି । ଦେଶରେ ରିଜରଭେସନକୁ ନେଇ ଅସଙ୍ଗତି ରହୁଛି । ଓଡ଼ିଶାରେ ଜାତିକୁ ନେଇ ରାଜନୀତି ହୋଇନାହିଁ ।"

ସେହିପରି ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, " ଓବିସି ସଂରକ୍ଷଣ ନେଇ କିଛିଦିନ ଧରି ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖୁଛନ୍ତି । ଏ ଚିଠି ଲେଖା ରାଜନୀତି ଏଥିରେ ଆନ୍ତରିକତା କେତେ ଅଛି ତାହା ମୁଁ କହିପାରିବି ନାହିଁ । "

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.