ଭୁବନେଶ୍ବର: ଗୁରୁବାର ବିଶ୍ବ ରେଡ଼ିଓ ଦିବସ । ଏହି ଅବସରରେ ଭୁବନେଶ୍ବର ଭଞ୍ଜକଳାମଣ୍ଡପଠାରେ ରେଡ଼ିଓ ଫେୟାର ଆୟୋଜିତ ହୋଇଛି । ଯାହାକି ଷଷ୍ଠ ବର୍ଷରେ ପଦାର୍ପଣ କରିଥିବାବେଳେ ଏହା ଶୁକ୍ରବାର ଶେଷ ହେବ ।
ଏହି ଫେୟାରରେ ଦେଶ ବିଦେଶରୁ ଅନେକ ରେଡ଼ିଓ ଷ୍ଟେସନ ସମେତ ଅନେକ ସଂଗ୍ରହକ ରେଡ଼ିଓ ବିକ୍ରେତା ଅଂଶଗ୍ରହଣ କରିଛନ୍ତି । ତେବେ ଏହି ମେଳାରେ ପାଖାପାଖି 3 ହଜାରରୁ ଉର୍ଦ୍ଧ୍ବ ନୂଆ ପୁରୁଣା ରେଡ଼ିଓ ସହିତ ଗ୍ରାମ ଫୋନ, ଟେପ ରେକର୍ଡର, ହାମ ରେଡ଼ିଓ ଆଦି ପ୍ରଦର୍ଶିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଥିବା ଦେଖାଯାଇଛି ।
କିଏ ରେଡ଼ିଓ ବିଷୟରେ ନିଜ ପିଲାମାନଙ୍କୁ ଦେଖାଇବା ସହ ତାର ସମ୍ପର୍କ ବିଷୟରେ କହୁଛି ତ ଆଉ କିଏ ଏହି ହଜି ଯାଉଥିବା ଯନ୍ତ୍ରଟି ସହ ଫଟୋ ଉଠାଇ ସାଇତି ରଖିବା ପାଇଁ ଚେଷ୍ଟା କରୁଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ