ETV Bharat / city

ସୁଧୁରୁନି ସ୍ମାର୍ଟସିଟିର ଡ୍ରେନେଜ ବ୍ୟବସ୍ଥା, ପ୍ୟାକେଜ କାର୍ଯ୍ୟକାରିତାକୁ ନେଇ ଉଠୁଛି ପ୍ରଶ୍ନ ? - Bhubaneswar Drain repair

ସୁଧୁରୁନି ସ୍ମାର୍ଟସିଟିର ଡ୍ରେନେଜ ବ୍ୟବସ୍ଥା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ବାସ୍ତବ କାର୍ଯ୍ୟକାରୀତାକୁ ନେଇ ଉଠୁଛି ପ୍ରଶ୍ନ । ଦେଢବର୍ଷ ପରେ ବି ସରିନି ଏକ ପଞ୍ଚମାଂଶ କାର୍ଯ୍ୟ । ଅଧିକ ପଢନ୍ତୁ...

ସୁଧୁରୁନି ସ୍ମାର୍ଟସିଟିର ଡ୍ରେନେଜ ବ୍ୟବସ୍ଥା
ସୁଧୁରୁନି ସ୍ମାର୍ଟସିଟିର ଡ୍ରେନେଜ ବ୍ୟବସ୍ଥା
author img

By

Published : Nov 24, 2020, 9:35 PM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ଡ୍ରେନେଜ୍‌ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2019 ସାଧାରଣ ନିର୍ବାଚନ ସମୟରେ 1000 କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଥିବାବେଳେ ଏପର୍ଯ୍ୟନ୍ତ ଏକ ପଞ୍ଚମାଂଶ କାମ ସରିନି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

ସ୍ମାର୍ଟସିଟିର ଡ୍ରେନେଜ

ରାଜଧାନୀବାସୀଙ୍କୁ କୃତ୍ରିମ ବନ୍ୟାରୁ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଏହି ପ୍ୟାକେଜ୍‌ ଘୋଷଣା କରିଥିଲେ । ହେଲେ ଦେଢବର୍ଷ ପରେ ବି କାମ କଚ୍ଛପ ଗତିରେ ଚାଲୁଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ୱର ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ବସ୍ତି ଏବଂ ଅନୌପଚାରିକ ବାସିନ୍ଦାଙ୍କ ପାଇଁ ପୁନର୍ବାସ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ୧୦୦୦ କୋଟି ଟଙ୍କାର ଡ୍ରେନେଜ ପ୍ୟାକେଜ ଘୋଷଣା କରିଥିଲେ। ଅଗ୍ରାଧିକାର ଭିତ୍ତିରେ ଏହି କାମ ସାରିବାକୁ ଯୋଜନା ହୋଇଥିଲା ।

ରାଜଧାନୀରେ ସମୁଦାୟ 500 କିମି ଡ୍ରେନ ରହିଥିବାବେଳେ ସେଥିରେ 10ଟି ବଡ ଡ୍ରେନ ଓ 3ଟି ଛୋଟ ଡ୍ରେନ ରହିଛି । ଏହାସହ ୫୬ ଟି ଜଳବନ୍ଦୀ ସମସ୍ୟା ଉପୁଜିଥିବା ସ୍ଥାନ ରହିଥିବାରୁ ଏହାର ଉନ୍ନତି ପାଇଁ ଏହି ପ୍ୟାକେଜ ଘୋଷଣା ହୋଇଥିଲା । ଯାହା ଆଜି ବି ଅଧା ହୋଇନାହିଁ । ଏକ ପଞ୍ଚମାଂଶରୁ କମ୍‌ କାମ ହୋଇଥିବାବେଳେ ଏହା କେବେ ସରିବ ତାକୁ ନେଇ ଉଠିଛି ପ୍ରଶ୍ନ ।

କାମ ଆଗଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଖେଳିଯାଇଛି । ଏପଟେ ଡ୍ରେନେଜ କାମକୁ ନେଇ ବିଏମସିର ସେହି ଚିରାଚରିତ ଉତ୍ତର, କାର୍ଯ୍ୟ ଜାରି ରହିଛି । କୋରୋନା ପାଇଁ ସ୍ଥିତି ବିଗିଡିଛି ।

ତେବେ ଏସବୁ ଭିତରେ କେବେ କାମ ସରିବ ଓ କେବେ ଜଳବନ୍ଦୀ ଟ୍ୟାଗ୍‌ଲାଇନରୁ ସ୍ମାର୍ଟ ସିଟି ମୁକୁଳିବ ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.