ETV Bharat / city

ବଢିପାରେ କ୍ବାରେଣ୍ଟାଇନ ଅବଧି, 14 ବଦଳରେ ହେବ 21ଦିନ ! - 14 ବଦଳରେ ହେବ 21ଦିନ !

corona updates odisha
ବଢିପାରେ କ୍ବାରେଣ୍ଟାଇନ ଅବଧି, 14 ବଦଳରେ ହେବ 21ଦିନ !
author img

By

Published : May 7, 2020, 2:15 PM IST

Updated : May 7, 2020, 3:01 PM IST

14:02 May 07

ବଢିପାରେ କ୍ବାରେଣ୍ଟାଇନ ଅବଧି, 14 ବଦଳରେ ହେବ 21ଦିନ !

ବଢିପାରେ କ୍ବାରେଣ୍ଟାଇନ ଅବଧି, 14 ବଦଳରେ ହେବ 21ଦିନ !

ଭୁବନେଶ୍ବର: ବଢ଼ିପାରେ କ୍ବାରେଣ୍ଟାଇନ ଅବଧି । 14 ଦିନ ବଦଳରେ 21 ଦିନ କରିବା ନେଇ ବିଚାର କରୁଛନ୍ତି ରାଜ୍ୟ ସରକାର । ଏପରିକି ସ୍ବାସ୍ଥ୍ୟ ବିଶେଷଜ୍ଞ କେ ଶ୍ରୀନାଥ ରେଡ୍ଡୀ ମଧ୍ୟ ସରକାରଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ହୋଇଥିବା ଆଲୋଚନାରେ ସେ ଏଭଳି ଦିଗ ଉପରେ ଗୁରୁତ୍ବ ଦେଇଛନ୍ତି ।  

ଓଡିଶା ଯେଉଁଭଳି ଭାବରେ କରୋନା ମୁକାବିଲା କରୁଛି ତାହା ପ୍ରଶଂସନୀୟ । ରାଜ୍ୟ ସରକାର ବହୁତ ଭଲ କାମ କରିଛନ୍ତି ବୋଲି ଜାତୀୟ ସ୍ତରର ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା କେନ୍ଦ୍ର ସରକାରଙ୍କ କୋଭିଡ ମୁକାବିଲା ପାଇଁ ଗଠିତ କମିଟିର ସଭ୍ୟ ଶ୍ରୀନାଥ ରେଡ୍ଡୀ କହିଛନ୍ତି । ତେବେ ମାସ୍କ ବ୍ୟବହାର ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ସେ ଅଧିକ ଗୁରୁତ୍ବ ଦେଇଛନ୍ତି ଶ୍ରୀନାଥ । ଏହି ଅବସରରେ ମୁଖ୍ୟ ଶାସନ ସଚିବଙ୍କ ସହ ମନ୍ତ୍ରୀ, ସଚିବ ଓ ଜିଲ୍ଲାପାଳମାନେ  ଉପସ୍ଥିତ ଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରୀନାଥଙ୍କ ଠାରୁ ସରକାରୀ ଅଧିକାରୀ ମାନେ କୋରୋନା ସମ୍ପର୍କିତ ସମସ୍ତ ସୂଚନା ପାଇଥିଲେ ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ  

Last Updated : May 7, 2020, 3:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.