ଭୁବନେଶ୍ବର: ରାଜଧାନୀରେ ଅପରାଜିତା ଷଡ଼ଙ୍ଗୀ । ମିସିଙ୍ଗ ପୋଷ୍ଟର୍ ବାବଦରେ ପ୍ରତିକ୍ରିୟା ରଖିଲେ ଅପରାଜିତା ଷଡ଼ଙ୍ଗୀ । ପ୍ରତିକ୍ରିୟାରେ ସେ କହିଛନ୍ତି ଯେ, ଜାନୁଆରୀ 29 ରୁ ଫେବୃଆରୀ 13 ଯାଏଁ ମୁଁ ସଂସଦର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଥିଲି । ଯେଉଁମାନେ ନିଖୋଜ ପୋଷ୍ଟର ଲଗେଇଛନ୍ତି, ସେମାନଙ୍କୁ ଆନ୍ତରିକ ସହ ଧନ୍ୟବାଦ ଜଣାଉଛି ।
ଆହୁରି ଅଧିକ ମିସିଙ୍ଗ ପୋଷ୍ଟର ଲଗାନ୍ତୁ ଏହାସହ ସେ କହିଛନ୍ତି ଯେ, ପୁଣି ସଂସଦର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମୁଁ ମାର୍ଚ୍ଚ 8ରୁ ଏପ୍ରିଲ 8 ଯାଏଁ ପୁଣି ସଂସଦରେ ଥିବି । ସେଠାରେ ମତେ କହିବାକୁ ପଡ଼ିବ । ଏହା ମୋ ଦାୟିତ୍ୱ । ମୋତେ ଓଡ଼ିଶାବାସୀ ମନେ ପଡ଼ନ୍ତି । ଅନୁରୋଧ କରୁଛି, ମାର୍ଚ୍ଚ 8ରୁ ଏପ୍ରିଲ 8 ଯାଏଁ ପ୍ରତି ଗଳି କନ୍ଦିରେ ମୋ ପୋଷ୍ଟର ଲଗାନ୍ତୁ । ଏଥର ବହୁତ କମ୍ ପୋଷ୍ଟର ଲାଗିଥିବା ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ