ETV Bharat / city

ପୁରୀ ଟ୍ରିପଲ ମର୍ଡର ଘଟଣା ଦୁର୍ଭାଗ୍ୟଜନକ: ମୁଖ୍ୟମନ୍ତ୍ରୀ - Puri triple murder case in an unfortunate incident

ପୁରୀ ପଟ୍ଟନାୟିକା ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ମୁଖ୍ୟମନ୍ତ୍ରୀ । ସତ୍ୟବାଦୀ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ସମେତ 6 ଜଣଙ୍କୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 16, 2019, 8:17 PM IST

ଭୁବନେଶ୍ବର: ପୁରୀ ପଟ୍ଟନାୟିକା ଛକରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାକୁ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଏନେଇ ସତ୍ୟବାଦୀ ଥାନାରେ ଏଫଆଇଆର ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏଯାବତ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ 6 ଜଣଙ୍କୁ ଗିରଫ କରାଯାଇଛି ।

ତେବେ ଏଭଳି ଏକ ଅମାନବୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ମୃତକଙ୍କ ପରିବାରକୁ ମଧ୍ୟ ସମସ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି । ପ୍ରାଥମିକ ତଦନ୍ତ ପରେ ଜଣାପଡ଼ିଛି ଯେ, ସ୍ଥାନୀୟ ଅଞ୍ଚଳରେ ଉଭୟ ପରିବାର ରହୁଛନ୍ତି । ସେମାନେ ଦୂର ସମ୍ପର୍କୀୟ । ଜମିଜମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ରହିଥିଲା । ନିୟମିତ ଭାବେ ଘଟଣାର ସ୍ୱତନ୍ତ୍ର ଡ୍ରାଇଭ କରାଯାଇ ଅପରାଧୀଙ୍କୁ ଗିରଫ କରାଯାଉଛି ।

ଏଥିସହିତ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିବାବେଳେ ମାଓ କାର୍ଯ୍ୟକଳାପ କମିଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିକଟରେ ନିର୍ବାଚନ ମଧ୍ୟ ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି । ବାତ୍ୟା ଫନି ସମୟରେ କେବଳ ଆଇନଶୃଙ୍ଖଳା ନୁହେଁ ଅନେକ ସ୍ଥାନରେ ପୋଲିସ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସାମିଲ ହୋଇ ସହଯୋଗ କରିଛି । ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ମୋ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.