ETV Bharat / city

Rathayatra 2022: ପୁରୀକୁ ଗଡିବ 205 ସ୍ପେଶାଲ ଟ୍ରେନ୍‌

ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା । ପୁରୀକୁ ଗଡିବ 205ଟି ସ୍ପେଶାଲ ଟ୍ରେନ୍‌ । ଅଧିକ ପଢନ୍ତୁ

puri special train for rathayatra
ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ
author img

By

Published : Jun 28, 2022, 8:18 AM IST

Updated : Jun 28, 2022, 9:26 AM IST

ଭୁବନେଶ୍ବର: ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ 205ଟି ସ୍ପେଶାଲ ଟ୍ରେନ୍‌ । ତୀର୍ଥଯାତ୍ରୀମାନଙ୍କ ସୁବିଧା ପାଇଁ ରଥଯାତ୍ରା ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା କରିଛି । COVID-19 କଟକଣା ଯୋଗୁଁ ଗତ ଦୁଇ ବର୍ଷ ରଥଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଛି । ଫଳରେ ଏଥର ଭକ୍ତଙ୍କ ଗହଣରେ ରଥଯାତ୍ରା ଅନୁମତି ଥିବାରୁ ପୁରୀରେ ବହୁ ତୀର୍ଥଯାତ୍ରୀ ଏକାଠି ହେବେ ଅନୁମାନ କରାଯାଉଛି ।

ସେଥିପାଇଁ ରେଳ ବିଭାଗ ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ସ୍ପେଶାଲ ଟ୍ରେନ୍‌ ଘୋଷଣା କରିଛି ।ଏହା ବ୍ୟତୀତ ପୂର୍ବ ତଟ ରେଳପଥ ପଡୋଶୀ ରାଜ୍ୟଗୁଡିକର ସ୍ବତନ୍ତ୍ର ଟ୍ରେନ୍ ବ୍ୟତୀତ ପୁରୀକୁ ଆସୁଥିବା ଏବଂ ପୁରୀ ଠାରୁ ଛାଡୁଥିବା ଅନେକ ବିଶେଷ ଟ୍ରେନ୍‌ ଗୁଡିକରେ ତୀର୍ଥଯାତ୍ରୀମାନଙ୍କୁ ସଂରକ୍ଷିତ କ୍ଲାସ୍ ଯାତ୍ରା ସୁବିଧା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି ।

  • 02837/02838 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରୀ ସ୍ପେଶାଲ ଏକ୍ସପ୍ରେସ ଶାଲିମାର ଠାରୁ 29.06.2022 ଅପରାହ୍ନ 12.45ମି.ରେ ଛାଡି ସେହିଦିନ ରାତ୍ରି 10ଘ.30ମି.ରେ ପୁରୀରେ ପହଞ୍ଚିବ । ଫେରିବା ମାର୍ଗରେ ଏହା 30.06.2022 ସକାଳ 05.30ମି.ରେ ପୁରୀ ଛାଡିବ । ଏହି ଟ୍ରେନରେ ଦୁଇଟି ଏସି ଚେୟାର କାର୍, 12 ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍, ଦୁଇଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ବିତୀୟ ଶ୍ରେଣୀ ସିଟିଂ କୋଚ୍ ଉପଲବ୍ଧ ।
  • ଆଉ ଏକ ବିଶେଷ ଟ୍ରେନ 02827/002828 ଶାଲିମାର-ପୁରୀ-ଶାଲିମାର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 29.06.2022 ରାତ୍ରି 9.40ମି.ରେ ଛାଡି 30.06.2022 ସକାଳ ୦୭ଘଟିକାରେ ପୁରୀରେ ପହଞ୍ଚିବ । ଫେରିବା ମାର୍ଗରେ ଏହା 30.06.2022 ରାତ୍ରି 11.05ମି.ରେ ପୁରୀରୁ ଛାଡିବ । ଏହି ଟ୍ରେନରେ ଗୋଟିଏ ଏସି-2 ଟାୟାର, ଦୁଇଟି ଏସି -3 ଟାୟାର, 11 ଟି ସ୍ଲିପର କ୍ଲାସ, ଛଅଟି ସେକେଣ୍ଡ କ୍ଲାସ ସିଟିଂ ଏବଂ ଦୁଇଟି ଗାର୍ଡ ତଥା ଦ୍ବିତୀୟ ଶ୍ରେଣୀ ସିଟିଂ କୋଚ୍‌ ଉପଲବ୍ଧ ।
  • 08907/08908 ବିଶାଖାପାଟନମ୍-ପୁରୀ- ବିଶାଖାପାଟନମ୍ ରଥ ଯାତ୍ରା ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 30.06.2022 ଅପରାହ୍ନ 2.30ମି.ରେ ଛାଡି ରାତ୍ରି 1.15ମି.ରେ (01.07.2022) ପୁରୀରେ ପହଞ୍ଚିବ । ଫେରିବା ମାର୍ଗରେ ଏହା 01.07.2022 ରାତ୍ରି 11.15ମି.ରେ ପୁରୀରୁ ଛାଡିବ । ଏହି ଟ୍ରେନରେ ଗୋଟିଏ ଏସି -3 ଟାୟାର, ଛଅଟି ସ୍ଲିପର୍ କ୍ଲାସ୍, ତିନିଟି ଜେନେରାଲ୍ ଦ୍ବିତୀୟ ଶ୍ରେଣୀ ଏବଂ ଦୁଇଟି ଗାର୍ଡ ତଥା ଦ୍ବିତୀୟ ଶ୍ରେଣୀ ସିଟିଂ କୋଚ୍ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟତ କରିବ ।
  • 08911/08912 ଜୁନାଗଡ଼ ରୋଡ଼-ପୁରୀ- ଜୁନାଗଡ଼ ରୋଡ଼ ରଥ ଯାତ୍ରା ସ୍ପେଶାଲ୍ ଏକ୍ସପ୍ରେସ୍ ଭାୟା ସମ୍ବଲପୁର ଏବଂ ତାଳଚେର ରୋଡ୍ ଜୁନାଗଡ଼ ରୋଡ଼ ଠାରୁ 30.06.2022 ପୂର୍ବାହ୍ନ 11ଘଟିକାରେ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 02.07.2022 ମଧ୍ୟ ରାତ୍ରି 12.15.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡିବ । ଏଥିରେ ଗୋଟିଏ ଏସି-2 ଟାୟାର୍, ପାଞ୍ଚଟି ଏସି-3 ଟାୟାର୍, ନଅଟି ସ୍ଲିପର୍ କ୍ଲାସ୍, ଚାରିଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 02 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।
  • 08418/08417 ଗୁଣୁପୁର-ପୁରୀ-ଗୁଣୁପୁର ରଥ ଯାତ୍ରା ସ୍ପେଶାଲ ଏକ୍ସପ୍ରେସ 30.06.2022 ରେ ଗୁଣୁପୁର ଠାରୁ ରାତ୍ରି 11.30ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 02.07.2022 ରାତ୍ରି 01ଘ.45ମି.ରେ (01.07.2022 ର ମଧ୍ୟରାତ୍ରି) ରେ ଛାଡି ଗୁଣୁପୁର ଯାତ୍ରା କରିବ । ଏହି ଟ୍ରେନରେ ଗୋଟିଏ ଏସି -3 ଟାୟାର୍, 6ଟି ସ୍ଲିପର୍ କ୍ଲାସ୍ କୋଚ୍ ଏବଂ 3ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 2 ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।
  • 08909/08910 ଜଗଦଲପୁର-ପୁରୀ-ଜଗଦଲପୁର ରଥ ଯାତ୍ରା ବିଶେଷ ଟ୍ରେନ ଭାୟା ବିଜୟନଗରମ ଓ ରାୟଗଡା; ଜଗଦଲପୁର ଠାରୁ 30.06.2022 ସନ୍ଧ୍ୟା 6.30ମି.ରେ ଛାଡିବ । ଫେରିବା ମାର୍ଗରେ ଏହା 01.07.2022 ରାତ୍ରି 8.05ମି.ରେ ପୁରୀ ଛାଡିବ । ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 9 ସ୍ଲିପର୍ କ୍ଲାସ୍, 4ଟି ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 2 ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡ୍ ଷ୍ଟେସନକୁ ନଯାଇ ଅରୁଗୁଳ-ହରିପୁରଗ୍ରାମ ମାର୍ଗଦେଇ ଯାତାୟାତ କରିବ ।
  • 02891/02810 ଭୁବନେଶ୍ବର-ପୁରୀ- ଭୁବନେଶ୍ବର ରଥ ଯାତ୍ରା ସ୍ପେଶାଲ 1 ଜୁଲାଇ ଠାରୁ 11 ଜୁଲାଇ ମଧ୍ୟରେ ଭୁବନେଶ୍ବର ଠାରୁ ପୂର୍ବାହ୍ନ 10.05ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହା ଅପରାହ୍ନ 3.10ମି.ରେ ଛାଡିବ ।
  • 08931/08932 ସମ୍ବଲପୁର-ପୁରୀ-ସମ୍ବଲପୁର ରଥ ଯାତ୍ରାର ସ୍ବତନ୍ତ୍ର ଟ୍ରେନ ଭାୟା ନରାଜ ମାର୍ଥାପୁର ଏବଂ ତାଳଚେର ରୋଡ୍ ସମ୍ବଲପୁର ଠାରୁ 30.06.2022 ରାତ୍ରି 9ଘ.30ମି.ରେ ଛାଡିବ ଏବଂ ଫେରିବା ମାର୍ଗରେ ଏହା ପୁରୀ ଠାରୁ 01.07.2022 ରାତ୍ରି 8.25ମି.ରେ ଛାଡିବ । ଏହି ଟ୍ରେନରେ ଗୋଟିଏ AC-3 ଟାୟାର, 2ସ୍ଲିପର୍ କ୍ଲାସ୍, 10 ସେକେଣ୍ଡ୍ କ୍ଲାସ୍ ସିଟିଂ ଏବଂ 2ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ଅଛି ।
  • ଏହା ବ୍ୟତୀତ ଗୁଣ୍ଡିଚା ଯାତ୍ରା (01.07.2022) ଦିନ ପାରାଦୀପ, କଟକ, ମହିପୁର, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ସ୍ଥାନ ମାନଙ୍କ ଠାରୁ ପୁରୀକୁ 10 ଯୋଡି ଟ୍ରେନ୍ (20 ଟି ଟ୍ରିପ୍) ରାଜ୍ୟର ବିଭିନ୍ନ ସ୍ଥାନରୁ ଯାତାୟାତ କରିବ ।
  • ସେହିଭଳି, ସନ୍ଧ୍ୟା ଦର୍ଶନ ପାଇଁ ଅର୍ଥାତ 8 ଜୁଲାଇ, 2022 ରେ 7 ଯୋଡି ସ୍ପେଶାଲ ଟ୍ରେନ (ମହିପୁରରୁ 3 ଯୋଡ଼ା ଏବଂ ଖୋର୍ଦ୍ଧା ରୋଡରୁ 4 ଯୋଡ଼ା) ପୁରୀ ଏବଂ ଖୋର୍ଦ୍ଧା ରୋଡ଼/ମହୀପୁର ମଧ୍ୟରେ ଚଳାଚଳ କରିବ ।
  • ଏହା ବ୍ୟତୀତ, 08933/08934 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 08.07.2022 ଅପରାହ୍ନ 2.30ମି.ରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ, ଏହି ଟ୍ରେନ୍ ପୁରୀଠାରୁ 09.07.2022 ରାତ୍ରି 8.25ମି.ରେ ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।
  • 08937/08938 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେଶାଲ୍ ଜୁନାଗଡ ରୋଡ଼ ଠାରୁ 08.07.2022 ପୂର୍ବାହ୍ନ 11ଘଟିକାରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 09.07.2022 ସନ୍ଧ୍ୟା 7ଘଟିକାରେ ଛାଡି ଜୁନାଗଡ ରୋଡ୍ ଯାତ୍ରା କରିବ ।
  • 08945/08946 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 08.07.2022 ରାତ୍ରି 9.30ମିରେ ଛାଡି ପୁରୀ ଯିବ । ଫେରିବା ମାର୍ଗରେ ଏହା 09.07.2022 ରାତ୍ରି 11ଘ.15ମିରେ ପୁରୀ ଠାରୁ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।
  • 08941/08942 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ୍ ଗୁଣୁପୁର ଠାରୁ 09.07.2022 ଭୋର 3.15ମିରେ ଛାଡି ପୁରୀ ଆଡକୁ ଯିବ । ଫେରିବା ମାର୍ଗରେ ଏହା ପୁରୀ ଠାରୁ 09.07.2022 ରାତ୍ରି 8.40ମି.ରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।
  • 9 ଜୁଲାଇ, 2022 ବାହୁଡା ଯାତ୍ରାରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 10 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।
  • ସୁନାବେଶ ଦିବସରେ, 10 ଜୁଲାଇ, 2022 ରେ ପାରାଦୀପ, ମହିପୁର, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍, କେନ୍ଦୁଝରଗଡ଼ ଠାରୁ 11 ଯୋଡି ସ୍ୱତନ୍ତ୍ର ଟ୍ରେନ୍ ପୁରୀ ଯାତ୍ରା କରି ପୁଣି ଫେରିବ ।
  • 08971/08972 ଜୁନାଗଡ ରୋଡ୍-ପୁରୀ-ଜୁନାଗଡ ରୋଡ୍ ସ୍ପେସିଆଲ୍ 10.07.2022 ଦିନ ଜୁନାଗଡ ରୋଡ୍ ଠାରୁ ଭୋର 5.30ମି.ରେ ଛାଡି ପୁରୀ ଯାତ୍ରା କରିବ । ଫେରିବ ମାର୍ଗରେ ଏହା 11.07.2022 ଦିନ ପୁରୀ ଠାରୁ 0015 ଘଣ୍ଟା ରେ (10.07.2022 ମଧ୍ୟରାତ୍ରି) ଜୁନାଗଡ ରୋଡ୍ ଅଭିମୁଖେ ଯାତ୍ରା କରିବ ।
  • 08957/08958 ଗୁଣୁପୁର-ପୁରୀ-ଗୁଣୁପୁର ସ୍ପେଶାଲ 10.07.2022 ଭୋର 04ଘ.30ମି.ରେ ଗୁଣୁପୁର ଠାରୁ ଛାଡି ପୁରୀ ଆଡକୁ ଯିବ । ଫେରିବ ମାର୍ଗରେ ଏହି ଟ୍ରେନ୍ ପୁରୀ ଠାରୁ 10.07.2022 ରାତ୍ରି 8ଘଟିକାରେ ଛାଡି ଗୁଣୁପୁର ଅଭିମୁଖେ ଯାତ୍ରା କରିବ ।
  • 08979/08980 ସମ୍ବଲପୁର-ପୁରୀ- ସମ୍ବଲପୁର ସ୍ପେଶାଲ ସମ୍ବଲପୁର ଠାରୁ 10.07.2022 ସକାଳ 8 ଘଟିକାରେ ଛାଡି ପୁରୀ ଯାତ୍ରା କରିବ । ଫେରିବ ମାର୍ଗରେ ଏହି ଟ୍ରେନ ପୁରୀ ଠାରୁ 11.07.2022 ରାତ୍ରି 2ଘଟିକାରେ (10.07.2022 ମଧ୍ୟ ରାତ୍ରି) ରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ ।
  • 08975/08976 ବିଶାଖାପାଟନମ୍-ପୁରୀ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମ୍ ଠାରୁ 10.07.2022 ସକାଳ 6.30ମି.ରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ । ଫେରିବ ଦିଗରେ ଏହି ଟ୍ରେନ୍ ପୁରୀ ଠାରୁ 11.07.2022 ରାତ୍ରି 1ଘଟିକାରେ (10.07.2022 ମଧ୍ୟ ରାତ୍ରି) ଛାଡି ବିଶାଖାପାଟନମ୍ ଅଭିମୁଖେ ଯାତ୍ରା କରିବ ।
  • ସୁନାବେଶ ପରଦିନ ଅର୍ଥାତ 11 ଜୁଲାଇ, 2022 ରେ 6 ଟି ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ଗୁଣୁପୁର, ରାୟାଗଡା, ଭଦ୍ରକ, ବିଶାଖାପାଟନମ୍, କେନ୍ଦୁଝରଗଡ ଏବଂ ମହିପୁର ଅଭିମୁଖେ ଯାତ୍ରା କରିବ ଏବଂ ଏକ ସ୍ୱତନ୍ତ୍ର ଟ୍ରେନ୍ କେନ୍ଦୁଝରଗଡରୁ ପୁରୀ ପର୍ଯ୍ୟନ୍ତ ଚାଲିବ ।
  • 08983 ପୁରୀ-ସମ୍ବଲପୁର ସ୍ପେଶାଲ ପୁରୀଠାରୁ 11.07.2022 ମଧ୍ୟାହ୍ନ 12ଘଟିକା ସମୟରେ ପୁରୀ ଛାଡି ସମ୍ବଲପୁର ଅଭିମୁଖେ ଯାତ୍ରା କରିବ । ଜୁଲାଇ 2 ରୁ 7 ଜୁଲାଇ, 2022 ପର୍ଯ୍ୟନ୍ତ ତିନି ଯୋଡା ବିଶେଷ ଟ୍ରେନ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ କରିବାକୁ ଥିବାବେଳେ ଦୁଇଯୋଡ଼ା ମହିପୁର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ । ଯାତ୍ରୀ / ଭକ୍ତ ମାନଙ୍କ ଭିଡକୁ ଦୃଷ୍ଟିରେ ରଖି ରଥଯାତ୍ରା ଅବଧି ମଧ୍ୟରେ ଆହୁରି ବିଶେଷ ଟ୍ରେନ ଚଳାଚଳ କରାଇବାପାଇଁ ପୂର୍ବତଟ ରେଳପଥ ମଧ୍ୟ ଯୋଜନା କରିଛି ।

Last Updated : Jun 28, 2022, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.