ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାୟକଙ୍କ ଚିଠି, ରଥଯାତ୍ରା ଅନୁମତି ନେଇ ନିବେଦନ

author img

By

Published : Jun 21, 2020, 4:47 PM IST

ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରଥଯାତ୍ରା କରିବାକୁ ନିବେଦନ କରିଛନ୍ତି । ମହାପ୍ରଭୁଙ୍କ ରଥଯାତ୍ରା ନହେଲେ ସମସ୍ତ ନୀତିକାନ୍ତି ବଦଳି ଯିବ ବୋଲି କହିଛନ୍ତି ଜୟନ୍ତ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାୟକଙ୍କ ଚିଠି, ରଥଯାତ୍ରା ଅନୁମତି ନେଇ କଲେ ନିବେଦନ

ଭୁବନେଶ୍ବର: ଆଶାଆଶଙ୍କା ମଧ୍ୟରେ ଏଥର ମହାପ୍ରଭୁଙ୍କ ରଥଯାତ୍ରା । ବଡଦାଣ୍ଡରେ ରଥ ଗଡିବ କି ନାହିଁ ଏନେଇ ଲାଗି ରହିଛି ସସପେନ୍ସ । ଏପରିସ୍ଥଳରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ସରକାରଙ୍କ ଉପରେ ମଧ୍ୟ ଚାପ ବଢିଚାଲିଛି । ପୁରୀ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରଥଯାତ୍ରା କରିବାକୁ ନିବେଦନ କରିଛନ୍ତି ।

ରଥଯାତ୍ରାକୁ ନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରି ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ପୁରୀ ବିଧାୟକ l ମହାପ୍ରଭୁଙ୍କ ରଥଯାତ୍ରା ନହେଲେ ସମସ୍ତ ନୀତିକାନ୍ତି ବଦଳି ଯିବା ସହ ଏହା ଆମ ରାଜ୍ୟ ତଥା ଦେଶ ପାଇଁ କ୍ଷତିକାରକ ହେବ ବୋଲି କହିଛନ୍ତି ଜୟନ୍ତ l

ଜୟନ୍ତ କହିଛନ୍ତି, ମୁଁ ପ୍ରଥମେ ଜଗନ୍ନାଥଙ୍କ ଭକ୍ତ ପରେ ପୁରୀ ବିଧାୟକ l ମୁଁ ଉଭୟ ଦାୟିତ୍ଵରେ ରହି ସମସ୍ତ ପ୍ରକାର ସହଯୋଗ ପାଇଁ ପ୍ରସ୍ତୁତ । ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟରେ ବଡ ଓକିଲ ଦିଅନ୍ତୁ, ନହେଲେ ଆଉଥରେ କ୍ୟାବିନେଟ ବୈଠକ ଡାକି ଯେକୌଣସି ପ୍ରକାରରେ ରଥଯାତ୍ରା କରିବା ପାଇଁ ସେ କହିଛନ୍ତି । ସୁପ୍ରିମକୋର୍ଟଙ୍କୁ ସରକାର ଯାଆନ୍ତୁ ଆଉ ବିଚାରର ପୁନଃ ଶୁଣାଣି ପାଇଁ ଅପିଲ କରନ୍ତୁ ବୋଲି ନିଜ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ପୁରୀ ବିଧାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.