ETV Bharat / city

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଏଏସଆଇକୁ ଟାର୍ଗେଟ କଲେ ପୁରୀ ବିଧାୟକ

author img

By

Published : Apr 28, 2022, 10:55 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଏସଆଇକୁ ଟାର୍ଗେଟ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାର୍ଯ୍ୟ ଏଏସଆଇ ଜାଣତରେ ହେଉଥିବା କହିଛନ୍ତି ଜୟନ୍ତ । ଘଟଣାକୁ ଆଗକୁ ନବଢାଇ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରାଯିବା ଉଚିତ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଏସଆଇକୁ ଟାର୍ଗେଟ କଲେ ପୁରୀ ବିଧାୟକ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏଏସଆଇକୁ ଟାର୍ଗେଟ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ । ପ୍ରକଳ୍ପ କାର୍ଯ୍ୟ ଏଏସଆଇ ଜାଣତରେ ହେଉଥିବା କହିଛନ୍ତି ଜୟନ୍ତ । ଘଟଣାକୁ ଆଗକୁ ନବଢାଇ ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରାଯିବା ଉଚିତ ବୋଲି ସେ କହିଛନ୍ତି ।

ଜୟନ୍ତ କହିଛନ୍ତି ଯେ, ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସାରିବା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସାମୁହିକ ବିକାଶ ନେଇ କାର୍ଯ୍ୟ କରାଯାଉଥିବା ବେଳେ ଏହାକୁ ବିରୋଧ କରିବା ଠିକ କଥା ନୁହେଁ । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଏଏସଆଇକୁ ମଧ୍ୟ ଟାର୍ଗେଟ କରିଛନ୍ତି ଜୟନ୍ତ । ଜୟନ୍ତ କହିଛନ୍ତି ଯେ, ଏଏସଆଇ ଜାଣତରେ ସବୁ କିଛି ହେଉଛି ।

କାରଣ ଏଏସଆଇର ଆଞ୍ଚଳିକ ଅଫିସ ରହିଛି । ଯେତେବେଳେ କାର୍ଯ୍ୟ ଆରମ୍ଭ ହୋଇଥିଲା ସେମାନେ ଜାଣିଛନ୍ତି । ପ୍ରକଳ୍ପ କାମକୁ କେହି ବିରୋଧ କରୁନାହାନ୍ତି । କେବଳ ଏଏସଆଇର ଅନୁମତିକୁ ନେଇ ଅସୁବିଧା ରହିଛି । ପୁରୀ ସହରରେ ସ୍ବର୍ଗଦ୍ବାରଠାରୁ ଆରମ୍ଭ କରି ଶ୍ରୀକ୍ଷେତ୍ର ଚାରିପାଖ ସବୁଠି ବିକାଶ କାର୍ଯ୍ୟ ହେଉଛି । ତେଣୁ ବିବାଦକୁ ଆଗକୁ ନବଢେଇ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ଅନୁରୋଧ କରିଛନ୍ତି । ଯେଉଁ କାର୍ଯ୍ୟ 30 ବର୍ଷ ମଧ୍ୟରେ ହୋଇନଥିଲା ତାହା ଗତ 3 ବର୍ଷ ମଧ୍ୟରେ ହୋଇଛି । ଟାଉନ ହଲ, ମେଡିକାଲ, ଶ୍ରୀସେତୁ, ସ୍ବର୍ଗଦ୍ବାର କାର୍ଯ୍ୟ ଚାଲିଛି । ପୁରୀରେ ବିକାଶ ହେଉ, ବିନାଶ ନହେଉ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.