ETV Bharat / city

ପୁରୀ ଉଚ୍ଛେଦ ରାଜନୀତି: ଘେରିଲେ ବିରୋଧୀ, ଜବାବ ଦେଲା ଶାସକ ଦଳ

author img

By

Published : Sep 4, 2019, 7:23 PM IST

ପୁରୀରେ ଉଚ୍ଛେଦକୁ ନେଇ ଥମୁନି ରାଜନୀତି । ମଠମନ୍ଦିର ଉଚ୍ଛେଦ ହେଉଥିବାରୁ ଶ୍ରୀକ୍ଷେତ୍ର କୁରୁକ୍ଷେତ୍ରରେ ପରିଣତ ହେଲାଣି ବୋଲି ବିରୋଧୀ କହୁଛନ୍ତି । ତେବେ ମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଛେଦକୁ ସବୁ ଦଳ ସମର୍ଥନ କରିବା ଦରକାର ଓ ଏହାକୁ ନେଇ ରାଜନୀତି ନ କରିବାକୁ ଶାସକ ଦଳ କହିଛି ।

ଡିଜାଇନ ଫଟୋ

ଭୁବନେଶ୍ବର: ପୁରୀରେ ଉଚ୍ଛେଦକୁ ନେଇ ଥମୁନି ରାଜନୀତି । ମଠ, ମନ୍ଦିର ଉଚ୍ଛେଦ ହେଉଥିବାରୁ ଶ୍ରୀକ୍ଷେତ୍ର କୁରୁକ୍ଷେତ୍ରରେ ପରିଣତ ହେଲାଣି ବୋଲି ବିରୋଧୀ କହୁଛନ୍ତି । ତେବେ ମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଛେଦକୁ ସବୁ ଦଳ ସମର୍ଥନ କରିବା ଦରକାର ଓ ଏହାକୁ ନେଇ ରାଜନୀତି ନ କରିବାକୁ ଶାସକ ଦଳ କହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମଠ ମନ୍ଦିରର ଉଚ୍ଛେଦକୁ ବିରୋଧ କରି ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ‘୭ଦିନ ହେଲାଣି ଶ୍ରୀକ୍ଷେତ୍ର କୁରୁକ୍ଷେତ୍ରରେ ପରିଣତ ହୋଇଗଲାଣି । ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ସରକାରଙ୍କର ନାହିଁ।’ ଏହାସହ ୫୦ ପ୍ଲାଟୁନ୍‌ ଫୋର୍ସ ଓ ୨୨ଟି ବୁଲଡୋଜର ନେଇ ସରକାର ପୁରୀକୁ କାହିଁକି ଯାଇଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।

ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଲା ଭଳି ମଠ ମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ସରକାର କ’ଣ କରିବେ ସ୍ପଷ୍ଟ କରୁ ନାହାନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ ମଧ୍ୟ ସମାନ ଅଭିଯୋଗ ଆଣି ଅର୍ଥ ବିନିଯୋଗ ନେଇ ପ୍ରଶ୍ନ କରିଛନ୍ତି। ନବକଳେବର ଉଦାହରଣ ଦେଇ ସରକାରଙ୍କୁ କାଠଗଡକୁ ଟାଣିବାକୁ ସେ ଚେଷ୍ଟା କରିଛନ୍ତି।

ସେପଟେ ଏହା ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ କରାଯାଉଛି । ତେଣୁ ଅଯଥା ରାଜନୀତି ନକରି ସବୁ ଦଳ ଏହାକୁ ସମର୍ଥନ କରିବାକୁ କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Intro:୭ଦିନ ହେଲାଣି ଶ୍ରୀକ୍ଷେତ୍ର  କୁରୁକ୍ଷେତ୍ରରେ ପରିଣତ ହୋଇଗଲାଣି। ତେବେ ଶ୍ରୀକ୍ଷେତ୍ରକୁ କୁରୁକ୍ଷେତ୍ରରେ ପରିଣତ କରିବାର କୌଣସି ସାମ୍ବିଧାନିକ କିମ୍ବା ମୌଳିକ ଅଧିକାର ସରକାରଙ୍କର ନାହିଁ।’ ୫୦ ପ୍ଲାଟୁନ୍‌ ଫୋର୍ସ ଓ ୨୨ଟି ବୁଲଡୋଜର ନେଇ ପୁରୀକୁ ଯିବା ବୋଲି ବିଜୟ ପ୍ରଶ୍ନ କରିଛନ୍ତି। ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କଲା ଭଳି ମଠମନ୍ଦିର ଉପରେ ଆକ୍ରମଣ ଆରମ୍ଭ କରିଦେଇଛନ୍ତି। ସରକାର କ’ଣ କରିବେ ସ୍ପଷ୍ଟ କରୁ ନାହାନ୍ତି।Body:ବି.ପି. ଦାସ କମିଶନ ଶ୍ରୀମନ୍ଦିର ସଂସ୍କାର ନେଇ ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ସେ ଚୂଡ଼ାନ୍ତ ରିପୋର୍ଟ ଦେଇ ନାହାନ୍ତି। ଚୂଡ଼ାନ୍ତ ଦେବା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଶେଷ କରି ଦିଆଗଲା। ବି.ପି ଦାସ କମିଶନ କ’ଣ ରିପୋର୍ଟ ଦେଲେ କେହି ଜାଣି ପାରିଲେ ନାହିଁ। କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇ ନାହିଁ। ସରକାର ତାକୁ ଗ୍ରହଣ କରି ଏଭଳି ପଦକ୍ଷେପ କରିବା ବେଆଇନ୍‌। ସରକାର ଦୟାକରି ସେଥିରୁ ନିବୃତ୍ତ ରୁହନ୍ତୁ। ବିପି ଦାସ କମିଶନଙ୍କ ରିପୋର୍ଟକୁ ସର୍ବ ସମ୍ମୁଖରେ ପ୍ରକାଶିତ କରନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି। ନବକଳେବର ବେଳେ ୫୦୦ କୋଟି ଖର୍ଚ୍ଚ କରିଥିଲେ ବୋଲି ସରକାର କହିଥିଲେ। ସେହି ଖର୍ଚ୍ଚର ହିସାବ ସରକାର ଏପର୍ଯ୍ୟନ୍ତ ଦେଇନାହାନ୍ତି। ପ୍ରକୃତରେ ୫୦୦ କୋଟି ଖର୍ଚ୍ଚ ହୋଇଥିଲେ, ବଡ଼ଦାଣ୍ଡ ଆଜି ଭାସୁନଥାନ୍ତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ମୁଖପାତ୍ର ପଞ୍ଚାନନ କାନୁନଗୋ ମଧ୍ୟ ସମାନ ଅଭିଯୋଗ ଆଣି ଅର୍ଥ ବିନିଯୋଗ ନେଇ ପ୍ରଶ୍ନ କରିଛନ୍ତି। ନବକଳେବର ଉଦାହରଣ ଦେଇ ସରକାର ଙ୍କୁ କାଠଗଡକୁ ଟାଣିବାକୁ ଉଭୟ ବିରୋଧୀ ଚେଷ୍ଟା କରିଛନ୍ତି।Conclusion:ବାଇଟ ପଞ୍ଚାନନ କାନୁନଗୋ, କଂଗ୍ରେସ ମୁଖପାତ୍ର
ବାଇଟ ବୁଜୟ ମହାପାତ୍ର, ବିଜେପି ନେତା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.