ETV Bharat / city

ପୂଜା ଡ୍ଯୁଟିରେ ପୋଲିସ କର୍ମଚାରୀ, ପରିବାର ସହ ନାଚିଲେ ଅଭିନେତ୍ରୀ - ନାଚ ଗୀତରେ ପୋଲିସ ପରିବାର

କାର୍ଯ୍ୟ ବ୍ୟସ୍ତତା ଆଉ କର୍ତ୍ତବ୍ୟ ନିଷ୍ଠାରେ ସମର୍ପି ଦେଇଛନ୍ତି ଜୀବନ । କର୍ତ୍ତବ୍ୟ ପାଇଁ ପରିବାରକୁ ଦେଇପାରୁନାହାଁନ୍ତି ସମୟ । ଆଉ ଏପରି ମୁହୂର୍ତ୍ତରେ ସେମାନଙ୍କ ପରିବାର ଲୋକଙ୍କୁ ଆନନ୍ଦ ଟିକିଏ ଦେବାକୁ ଆଗେଇ ଆସିଛି ପୋଲିସ କଲ୍ୟାଣ ସମିତି । ଚଳଚ୍ଚିତ୍ର ଅଭିନେତା ଓ ଅଭିନେତ୍ରୀ ନାଚ ଗୀତ ମାଧ୍ୟମରେ ପୋଲିସ ପରିବାରର ମନରଞ୍ଜନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 8, 2019, 6:13 PM IST

ଭୁବନେଶ୍ବର: ନାଚ ଗୀତରେ ମସଗୁଲ ପୋଲିସ ପରିବାର । ନିଜ କର୍ତ୍ତ୍ୟବରେ ବ୍ୟସ୍ତ ରହୁଥିବା ପୋଲିସ ଅଧିକାରୀଙ୍କ ପରିବାରକୁ ମନୋରଞ୍ଜନ କରିଛନ୍ତି ଓଲିଉଡର ଅଭିନେତା ଓ ଅଭିନେତ୍ରୀ । ନାଚିଲେ, ନଚାଇଲେ ଓ ମନଭରି ସେଲଫି ମଧ୍ୟ ନେଲେ । ଏମିତି କିଛି ଦୃଶ୍ୟ ଥିଲା ପୋଲିସ କମିସନରେଟ ମୁଖ୍ୟାଳୟରେ । ଅବସର ଥିଲା ଦଶହରା ।

ପୋଲିସ ପରିବାରକୁ ଖୁସି ମନାଇଲେ ଅଭିନେତା, ଅଭିନେତ୍ରୀ
ଦଶହରା ଡ୍ୟୁଟି ଯୋଗୁଁ ପୋଲିସ ଅଧିକାରୀ ପରିବାର ସହ ପୂଜା ମଉଜ ଉଠାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୋଲିସ କର୍ମଚାରୀଙ୍କ ପରିବାରକୁ ଖୁସି ଦେଇଛନ୍ତି ଅଭିନେତା ଓ ଅଭିନେତ୍ରୀ । ଓଲିଉଡ କଳାକାର ସବ୍ୟସାଚୀ, ଅର୍ଚ୍ଚତା, ଲିପସା ଓ ଅନେକ ଅଭିନେତା ଗୀତ ନାଚ ମାଧ୍ୟମରେ ମନୋରଞ୍ଜନ କରିଥିଲେ ।

ରିଲ ଲାଇଫ ଏବଂ ରିୟଲ ଲାଇଫକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଯାହାର ମନଭରି ଆନନ୍ଦ ଉଠାଇଥିଲେ ପୋଲିସ ପରିବାର । ରାଜ୍ୟ ଓ ରାଷ୍ଟ୍ର ଦାୟିତ୍ବରେ ସମର୍ପିତ ଏହି ଅଧିକାରୀ । ଫଳରେ ପରିବାର ଲୋକଙ୍କୁ ସମୟ ଦେଇପାରନ୍ତି ନାହିଁ । ପୋଲିସ କଲ୍ୟାଣ ସମିତି ଏପରି ଏକ ଅଭିନବ ଅଭିଯାନ କରି ସେମାନଙ୍କୁ ଆନନ୍ଦ ଦେଇପାରିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:Body:

ନାଚ ଗିତରେ ମସଗୁଲ ପୋଲିସ ପରିବାର।ସେଲଫି ନେଲେ ଆଉ ମନଭରି ନିଜ ପ୍ରିୟ ଅଭିନେତ୍ରୀଙ୍କ ସହ ନାଚୁଥିଲେ। ଏମିତି କିଛି ଦୃଷ୍ଯ ଥିଲା ପୋଲିସ କମିସନରେଟ ମୁଖ୍ଯାଳୟରେ ।ଅବସର ଥିଲା ଦଶହରା ର।ନିଜ ଡ୍ଯୁଟି ଯୋଗୁ ପରିବାରକୁ ଦଶହରା ବୁଲିବାରୁ ବଂଚିତ ରଖିଥିବା ପୋଲିସ କର୍ମଚାରିଙ୍କ ପରିବାରକୁ ଟିକିଏ ଆନନ୍ଦ ଦେବାକୁ ।ତାଙ୍କ ମୁହଁରେ ହସ ଫୁଟାଇ ଭରପୁର ଆନନ୍ଦ କରିବାକୁ ଏଭଳି ପ୍ରୟାସ ଜାରି ରଖିଥିଲେ ଓଲିଓଡର ସବ୍ଯସାଚି,ଅର୍ଚିତା,ଲିପସା ଭଳି ଅନେକ ଓଡିଆ କଳାକାର।କିଛି ମୁହୁର୍ତ ନିଜ କଳାର ପ୍ରଦର୍ଶନ କରି ସେମାନଙ୍କୁ ଦେଖାଇଥିଲେ ରିଲ ଲାଇଫ ଓ ରିୟଲ ଲାଇଫର ପ୍ରଦର୍ଶନ।ଯାହାକୁ ଖୁସିରେ ଭରପୁର ଆନନ୍ଦ ଉଠାଇଥିଲେ ସେହି ପୋଲିସ ପରିବାର।ଯେଉଁମାନେ ନିଜ ଭାଇଠୁ,ନିଜ ସ୍ବାମିଠୁ,ନିଜ ବାପାଠୁ ଓ ନିଜ ବନ୍ଧୁ ପରିଜନଠୁ ପୁଜା ବୁଲିବାର ଆଶା ଥିଲେ ବି ଡ୍ଯୁଟି ଓ ରାଷ୍ଟ୍ରର ଦାୟିତ୍ବ ଦୃଷ୍ଟିରୁ ନିଜ କୁ ବୁଝାଇ ରଖନ୍ତି ଘରେ।ଯାହାକୁ ନେଇ ଏଭଳି ପ୍ରୟାସ କରିଥିଲା ପୋଲିସ କଲ୍ଯାଣ ସମିତି।
Conclusion:ବାଇଟ-ଅର୍ଚିତା,ଅଭିନେତ୍ରୀ
ବାଇଟ-ସବ୍ଯସାଚି,ଅଭିନେତା
ବାଇଟ-ଲିପସା,ଅଭିନେତ୍ରୀ
ବାଇଟ-ରୋଜାଲିନ ଗୌଡ,ପୋଲିସ ପରିବାର
ବାଇଟ-ପୋଲିସ ପରିବାର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.