ଭୁବନେଶ୍ବର: ରାଜ୍ୟରେ ଗତ ଡିସେମ୍ବର 1ରୁ 7 ତାରିଖ ମଧ୍ୟରେ ତୈଳଦର ହୁ ହୁ ହୋଇ ବୃଦ୍ଧି ପାଉଛି । ତେବେ ଏଥିଲାଗି ସାଧାରଣ ଲୋକମାନେ ଚିନ୍ତାରେ ପଡିଯାଇଥିବା ବେଳେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।
ଗତ 7 ଦିନ ମଧ୍ୟରେ ପେଟ୍ରୋଲ 1ଟଙ୍କା 39 ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର 1 ଟଙ୍କା 59 ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ପାଖାପାଖି 84 ଟଙ୍କା ରହିଥିବାରୁ ଗ୍ରାହକମାନେ ମହଙ୍ଗାର ସମ୍ମୁଖୀନ ହେଉଥିବା କହିଛନ୍ତି । ସାଧାରଣ ଗାଡି ଚାଳକଙ୍କ ବ୍ୟତୀତ ଡିଲରମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରୋନା କାଳରେ ଏଭଳି ଭାବରେ ତୈଳଦର ବୃଦ୍ଧିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ରାଜ୍ୟ ସରକାର ପରିବାର ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ମଧ୍ୟ ଦରବୃଦ୍ଧି କରିଛନ୍ତି । ତେବେ କୋରୋନା କାଳରେ ଏଭଳି ଦରବୃଦ୍ଧି ହେଲେ ଲୋକମାନେ କିପରି ଚଳିବେ ବୋଲି ସାଧାରଣ ଜନତା ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ