ETV Bharat / city

ସଠିକ ଭାବେ ହେଉଛି ICU ପରିଚାଳନା: ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jun 17, 2021, 8:47 PM IST

ରାଜ୍ୟରେ ICU ପରିଚାଳନା ନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଠିକ ଭାବରେ ପରିଚାଳନା ହେଉଛି ଆଇସିୟୁ କହିଲେ ନିରଞ୍ଜନ । ଅଧିକ ପଢ଼ନ୍ତୁ...

public health director,  ICU management in state, niranjan mishra,  ICU ପରିଚାଳନା, ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଆଇସିୟୁ ପରିଚାଳନା, ନିରଞ୍ଜନ ମିଶ୍ର
ସଠିକ ଭାବେ ହେଉଛି ICU ପରିଚାଳନା: ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ICU ପରିଚାଳନା ନେଇ ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଠିକ ଭାବରେ ପରିଚାଳନା ହେଉଛି ଆଇସିୟୁ । ଏବେ ଆଇସିୟୁରେ ନୂଆ ରୋଗୀଙ୍କ ଆଡମିଶନ ବହୁତ କମ। ରାଜ୍ୟରେ କରୋନାକୁ ନେଇ ରାଜ୍ୟ ସରକାର ସଠିକ ଭାବରେ ପରିଚାଳନା କରୁଛନ୍ତି। ଅନ୍ୟପଟେ ଆଇସିୟୁରେ ଅଧିକ ରୋଗୀ ରହୁଥିବାବେଳେ ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି ବୋଲି କହିଛନ୍ତି ନିରଞ୍ଜନ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗୁଛି । ଏପଟେ କୋରୋନା ଆକ୍ରାନ୍ତ ରୋଗୀମାନେ ଅଧିକ ମାତ୍ରାରେ ଆଇସିୟୁ ଓ ଭେଣ୍ଟିଲେଟରରେ ରହୁଥିବାବେଳେ ଏବେ ଏହାର ସଂଖ୍ୟା କମିବାରେ ଲାଗିଛି । ଆଇସିୟୁ ପରିଚାଳନା ନେଇ ପତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ICU ମ୍ୟାନେଜମେଣ୍ଟ ସଠିକ ଭାବେ କରାଯାଉଛି। ପରିଚାଳନା ସଠିକ ନଥିଲେ ବହୁତ ଅଧିକ ମୃତ୍ୟୁ ହୋଇଥାନ୍ତା। ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ବର୍ତ୍ତମାନ 45 ହଜାର ରୋଗୀଙ୍କ ମଧ୍ୟରୁ 8 ହଜାର ଅଛନ୍ତି ହସ୍ପିଟାଲରେ। ଆଇସିୟୁରେ ଏବେ ବି 54 ପ୍ରତିଶତ ଓ ଭେଣ୍ଟିଲେଟରରେ 56 ପ୍ରତିଶତ ରୋଗୀ ରହିଛନ୍ତି। ଅଧିକ ଦିନ ରୋଗୀ ରହିଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି।

ଏବେ ଆଇସିୟୁରେ ନୂଆ ରୋଗୀ ଆଡମିଶନ ବହୁତ କମ। ତେଣୁ ଆଇସିୟୁ ଓ ଭେଣ୍ଟିଲେଟରରେ ରୋଗୀଙ୍କ ସଂଖ୍ୟା କମିବାରେ ଲାଗୁଛି। ଅନ୍ୟପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ଏମ୍ସରେ ଏହି ମାସ ଶେଷ ସୁଦ୍ଧା ଏକମୋ ମେସିନ ଲାଗିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.