ETV Bharat / city

'ସଂକ୍ରମଣ କମିବା ଯୋଗୁଁ କୋଭିଡ଼ ପରୀକ୍ଷା ପାଇଁ ଅରାଜି ଲୋକେ' - କୋରୋନା ସଂକ୍ରମଣ

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ କମିବା ଯୋଗୁଁ ଲୋକେ କୋଭିଡ଼ ପରୀକ୍ଷା ପାଇଁ ଆଗ୍ରହ ଦେଖାଉନଥିବା କୁହାଯାଇଛି । ଅଧିକ ପଢନ୍ତୁ...

'ସଂକ୍ରମଣ କମିବା ଯୋଗୁଁ କୋଭିଡ଼ ପରୀକ୍ଷା ଲାଗି ଅନାଗ୍ରହ ଲୋକେ'

author img

By

Published : Oct 26, 2021, 12:34 PM IST

ଭୁବନେଶ୍ବର: ସଂକ୍ରମଣ କମିବା ଯୋଗୁଁ କୋଭିଡ ପରୀକ୍ଷା ପାଇଁ ଲୋକେ ଆଗ୍ରହ ଦେଖାଉନାହାନ୍ତି । କୋରୋନା ପରୀକ୍ଷା କରିବା ନିହାତି ଜରୁରୀ । ବର୍ତ୍ତମାନ ବି ରାଜ୍ୟରେ ସାଢେ ୪ ହଜାର ସକ୍ରିୟ ମାମଲା ରହିଛି । ତାଙ୍କ ସଂସ୍ପର୍ଶରେ ବି ଲୋକ ଆସୁଛନ୍ତି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

'ସଂକ୍ରମଣ କମିବା ଯୋଗୁଁ କୋଭିଡ଼ ପରୀକ୍ଷା ଲାଗି ଅନାଗ୍ରହ ଲୋକେ'

ଡିସେମ୍ବର ପର୍ଯ୍ୟନ୍ତ ୬୦-୭୦ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି ହୋଇଛି । ଲୋକଙ୍କ ସହଯୋଗ ଆବଶ୍ୟକ। ଟିକା ନେଇଗଲୁଣି ଭାବି ଟେଷ୍ଟ ନକରିବା ଭୁଲ । ଯେଉଁ ଜିଲ୍ଲାରେ ସମ୍ପୂର୍ଣ୍ଣ ସଂକ୍ରମଣ କମିଛି ସେଠି ବି ଆକ୍ରାନ୍ତ ବାହାରି ପାରନ୍ତି । ରାସ୍ତାକଡ଼ ବ୍ୟବସାୟୀ, ସପିଂ ମଲ କର୍ମଚାରୀ, ସ୍କୁଲ କର୍ମଚାରୀ, ସ୍ବାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା କିମ୍ବା ବେଶୀ ଗହଳି ସ୍ଥାନକୁ ଯାଉଥିବା ଲୋକ ନିହାତି ପରୀକ୍ଷା କରିବା ଆବଶ୍ୟକ ବୋଲି ନିରଞ୍ଜନ କହିଛନ୍ତି ।

ସତର୍କତା ପାଇଁ ତୃତୀୟ ଲହର ଆସୁଛି ନା ନାହିଁ ଜାଣିବା ପାଇଁ ଟେଷ୍ଟ ଜରୁରୀ । ନୂଆ ମାମଲା ଆସିଲେ କଣ୍ଟେନମେଣ୍ଟ କରିବା ପାଇଁ କଣ୍ଟାକ ଟ୍ରେସିଂ ପାଇଁ ଟେଷ୍ଟ ଜରୁରୀ। ବାହାର ରାଜ୍ୟକୁ ଯାଇଥିବା ବ୍ୟକ୍ତି ବି ଟେଷ୍ଟ କରିବା ଭଲ । ଏହାଦ୍ବାରା ନୂଆ ମ୍ୟୁଟାଣ୍ଟ ଆସିଛି କି ନାହିଁ ଜଣାପଡ଼ିବ ।

ବର୍ତ୍ତମାନ ନୂଆ ଭାରିଆଣ୍ଟ ଉପରେ ନଜର ରଖାଯାଇଛି । ବର୍ତ୍ତମାନ କିଛି ସତର୍କତା ନାହିଁ । ସଂକ୍ରମଣ ସଂଖ୍ୟା, ମୃତ୍ୟୁ ସଂଖ୍ୟା କମିଲେ ଭାଇରସ ଏଣ୍ଡେମିକ ସ୍ତରକୁ ଯିବ । ବର୍ତ୍ତମାନ ଯେପରି ସ୍ଥିତି ଅଛି ଏମିତି ଅପ-ଡାଉନ ହୋଇ ସଂକ୍ରମଣ କମିବ । ରାଜ୍ୟରେ ସଂକ୍ରମଣ ସଂଖ୍ୟା, ଡାକ୍ତରଖାନାକୁ ଯିବା ରୋଗୀଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା କ୍ରମାନ୍ବୟରେ କମୁଛି । କିନ୍ତୁ ଆଗକୁ ସତର୍କ ରହିବାକୁ ପଡିବ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.