ଭୁବନେଶ୍ବର: ବିଏମସିକୁ ପ୍ରବେଶ ଉପରେ ଲାଗିଲା ରୋକ । ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଦିଆଯାଇଛି । ଜୁନ ୩୦ରୁ ଜୁଲାଇ ୧୫ ଯାଏଁ ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଛନ୍ତି ବିଏମସି କର୍ତ୍ତୃପକ୍ଷ ।
ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଭୁବନେଶ୍ବରରେ କୋରୋନା ପଜିଟିଭ ମାମଲା ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ହେଲେ ବିନା କୌଣସି ସୂଚନାରେ ଏଭଳି ହଠାତ ବନ୍ଦ କରିବାକୁ ସାଧାରଣ ଲୋକେ ଗ୍ରହଣ କରିପାରୁନହାନ୍ତି । ଫଳରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ଦେଖାଦେଇଛି ତୀବ୍ର ଜନ ଅସନ୍ତୋଷ ।
ବିଏମସି କାର୍ଯ୍ୟାଳୟ ଭିତରକୁ ବିଏମସି କର୍ମଚାରୀ ଓ ଅଧିକାରୀଙ୍କୁ ଛାଡି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସୁରକ୍ଷାକର୍ମୀ ଛାଡୁନଥିବା ଦେଖିବାକୁ ମିଳିଛି । ରାସନ କାର୍ଡ, ବିଭିନ୍ନ ଭତ୍ତା, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ତଥା ବିଭିନ୍ନ ବିଲ ପୈଠ କରିନପାରି ସାଧାରଣ ଲୋକେ ହଇରାଣ ହରକତ ହୋଇ ନିରାଶରେ ଫେରିଛନ୍ତି । ଅନ୍ୟପକ୍ଷେ ସାଧାରଣ ଲୋକଙ୍କ ଅସନ୍ତୋଷ ବ୍ୟକ୍ତ ପରେ ମୁଁହ ଖୋଲିଛନ୍ତି ବିଏମସି କମିଶନର ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ