ଭୁବନେଶ୍ବର: କଟକରେ ଚାଞ୍ଚଲ୍ୟ ଖେଳାଇଛି ସାଇକୋ କିଲର । ଗଡିଲାଣି ଡିନୋଟି ମୁଣ୍ଡ । ସାଇକୋ କିଲରର ଟେର ପାଉନି ପୋଲିସ । ଗୋଟିଏ ପଟେ କଟକରେ ବୁଲୁଥିବା ସାଇକୋ କିଲରର ଖବର ସାରା ରାଜ୍ୟରେ ଚର୍ଚ୍ଚାରେ ଥିବା ବେଳେ ଅନ୍ୟ ପକ୍ଷରେ ବଡ ପରଦାକୁ ଆସିଛି ଅଜବ କିଲରର କାହାଣୀ ।
ହତ୍ଯା କରୁଛି କିଲର । ହତ୍ଯା ସମୟର ଚିତ୍କାରକୁ ମୋବାଇଲରେ ରେକର୍ଡ କରୁଛି । ନା ଜଣା ପଡୁଛି ବେଶଭୂଷାରୁ, ନା ଧରାପଡୁଛି ନିଜ ଚାଲିଚଳଣିରୁ । ତଥାପି ହତ୍ଯା କରୁଛି ସାଇକୋ କିଲର। ବିଭତ୍ସଭାବେ ହତ୍ଯା କରି ଫେରାର ହେଉଛି ସେ । ନାଟକୀୟ ଢଙ୍ଗରେ ଖସିଯାଉଛି । ପୋଲିସ ଧରି ବି ଜାଣିପାରୁନି। ଆଉ ଶେଷରେ ସସପେନ୍ସର ଅନ୍ତ ଘଟିଛି । ଧରାପଡିଛି ସାଇକୋ କିଲର ।
କିଲର ଧରାପକାଇଛି ଜଣେ ମେଣ୍ଟାଲ ମଣିଷ । ଶୁକ୍ରବାର ଫିଲ୍ମ ହଲରେ ଏମିତି ଢଙ୍ଗରେ ପରଦାକୁ ଆସିଛି ଜଜ ମେଣ୍ଟାଲ ହେ କ୍ଯା । କଙ୍ଗନା ରାଣାୱତ ଓ ରାଜ କପୁର ଯୋଡିରେ ପରଦାରେ ଦର୍ଶକଙ୍କୁ ଦେଇଛି ଭରପୁର ଏଣ୍ଟରଟେନମେଣ୍ଟ । ଯାହା ଏବେ ବେଶ ବି ଟାଉନରେ ଚର୍ଚ୍ଚା ହେଉଛି । କିପରି ଏକ କିଲରକୁ ଜଣେ ମେଣ୍ଟାଲ ମଣିଷ ଜଜ କରି ଶେଷରେ ଫର୍ଦ୍ଦାଫାଶ କରିଛି ତାହା ଏଥିରେ ଦର୍ଶାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ