ETV Bharat / city

‘ମାଗଣା ଟୀକାକରଣ ଘୋଷଣା କରନ୍ତୁ ରାଜ୍ୟ ସରକାର’ - କୋରୋନା ଟିକା

ଆମ ରାଜ୍ୟ ପାଇଁ ଆବଶ୍ୟକ ମାତ୍ରାର ଟିକା କ୍ରୟ କରି ମାଗଣାରେ ଯୋଗାଇ ଦେବାର ଘୋଷଣା ତୁରନ୍ତ କରନ୍ତୁ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅଧିକ ପଢନ୍ତୁ...

ମାଗଣା ଟୀକାକରଣ ପାଇଁ ଘୋଷଣା କରନ୍ତୁ ରାଜ୍ୟ ସରକାର

author img

By

Published : Apr 22, 2021, 9:33 PM IST

ଭୁବନେଶ୍ବର: କୋଭିଡ ଟୀକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କିଛି ସ୍ବତନ୍ତ୍ର ଅଧିକାର ରହିବା ଆବଶ୍ୟକ ବୋଲି ଓଡିଶା ସରକାର ବାରମ୍ବାର କହିଆସୁଥିଲେ । ଏପରିକି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବା ସହ କିଛି ପ୍ରସ୍ତାବ ଦେଇଥିଲେ, ଯାହାକି ଗଣମାଧ୍ୟମରେ ପ୍ରଚାର ମଧ୍ୟ କରାଯାଇଥିଲା ।

ମାଗଣା ଟୀକାକରଣ ପାଇଁ ଘୋଷଣା କରନ୍ତୁ ରାଜ୍ୟ ସରକାର
ମାଗଣା ଟୀକାକରଣ ପାଇଁ ଘୋଷଣା କରନ୍ତୁ ରାଜ୍ୟ ସରକାର

ଖୋଲା ବଜାରରେ କେଭିଡ୍ ଟୀକା ଉପଲବ୍ଧ ହେଲେ ରାଜ୍ୟରେ ଟୀକାକରଣ କାର୍ଯ୍ୟକ୍ରମ ଆହୁରୀ ତ୍ବରାନ୍ବିତ ହୋଇପାରିବ ବୋଲି ମଧ୍ୟ କେନ୍ଦ୍ର ସରକାର କହିଥିଲେ । ଏହି ପ୍ରସଙ୍ଗରେ ବିଶେଷଜ୍ଞ, ଡାକ୍ତର, ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ସରକାର ଏବଂ ଖୋଲା ବଜାରରେ ୫୦ ପ୍ରତିଶତ ଟୀକା ଉପଲବ୍ଧ କରାଇବାର ବ୍ୟବସ୍ଥା ଗ୍ରହଣ କଲେ ।

ଆସନ୍ତା ମେ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଭାରତୀୟ ଏହି ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ହୋଇ ଟିକା ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଓ ଘୋଷଣା ପରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ଆସାମ ଭଳି କିଛି ରାଜ୍ୟମାନେ ଟିକା କିଣି ସେମାନଙ୍କ ରାଜ୍ୟବାସୀଙ୍କୁ ମାଗଣାରେ ଯୋଗାଇ ଦେବେ ବୋଲି ଘୋଷଣା କରିସାରିଛନ୍ତି ।

ତେଣୁ ଓଡିଶା ସରକାର ନିଜ ଆଡୁ ଆଗେଇ ଆସି ଟିକା ଉତ୍ପାଦକାରୀ କମ୍ପାନୀମାନଙ୍କ ସହ ଆଲୋଚନା କରି ଆମ ରାଜ୍ୟ ପାଇଁ ଆବଶ୍ୟକ ମାତ୍ରାର ଟିକା କ୍ରୟ କରି ମାଗଣାରେ ଯୋଗାଇ ଦେବାର ଘୋଷଣା ତୁରନ୍ତ କରନ୍ତୁ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.