ETV Bharat / city

ଏସଏଚଜି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା - state govt

ଏସ୍‌ଏଚ୍‌ଜି ମହିଳାଙ୍କୁ ଅଧିକ ରୋଜଗାରକ୍ଷମ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ମିଶନ ଶକ୍ତି ଜରିଆରେ ୪୦ ଟି ଭିନ୍ନଭିନ୍ନ କାମ ପାଇଁ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଦିଆଯିବ ଏକ ହଜାର କୋଟି ଟଙ୍କା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 7, 2019, 9:13 AM IST

ଭୁବନେଶ୍ବର: ଏସ୍‌ଏଚ୍‌ଜି ମହିଳାଙ୍କୁ ଅଧିକ ରୋଜଗାରକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମ ଦିନ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶିକା ।

ଆସନ୍ତୁ ଜାଣିବେ ଏସଏଚଜି ଗ୍ରୁପ ପାଇଁ କେଉଁ ବିଭାଗରେ ରହିଛି କେଉଁ କାମ :-

  • ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି: ଅଙ୍ଗନବାଡ଼ି କେନ୍ଦ୍ରକୁ ସ୍କୁଲ ୟୁନିଫର୍ମ ଯୋଗାଣ
  • ଖାଦ୍ୟ ଯୋଗାଣ ବିଭାଗ: ଧାନ ସଂଗ୍ରହ, କଣ୍ଟ୍ରୋଲରେ ମହିଳା ଏସଏଚଜିଙ୍କୁ ଡିଲର ନିଯୁକ୍ତି
  • କୃଷି ବିଭାଗ: ଏମଆଇଡିଏଚ୍‌ ସ୍କିମ ଆଧାରରେ ମହିଳା ଏସଏଚଜିଙ୍କୁ ନିୟୋଜିତ କରିବା
  • ସ୍କୁଲ ଓ ଗଣଶିକ୍ଷା ବିଭାଗ: ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଓ ଯୋଗାଣ
  • ଶକ୍ତି ବିଭାଗ: ଇଲେକଟ୍ରି ମିଟର ରିଡିଂ
  • ଜଙ୍ଗଲ ଓ ପରିବେଶ : ଗଛ ଲଗାଇବା, ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲୀ ଦ୍ରବ୍ୟ ଉତ୍ପାଦନ
  • ନଗର ଉନ୍ନୟନ ବିଭାଗ : ପିଡିଏସ୍‌ ସ୍କିମରେ ସାଧାରଣ ସର୍ଭିସ ସେଣ୍ଟର ଚଲାଇବା
  • ମତ୍ସ୍ୟ ଓ ପ୍ରାଣୀ ସଂପଦ : ଗାଁ ପୋଖରୀରେ ମାଛ ଚାଷ
  • ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ : ହସ୍ପିଟାଲକୁ ସାନିଟାରୀ ନାପକିନ, ମଶାରୀ ଯୋଗାଇବା
  • ଗ୍ରାମୀଣ ବିକାଶ : ୧୦ହଜାର କିଲୋମିଟର ଗ୍ରାମୀଣ ରାସ୍ତାର ରୁଟିନ୍‌ ରକ୍ଷଣାବେକ୍ଷଣ

ସୂଚନାନୁସାରେ, ମିଶନ ଶକ୍ତି ଜରିଆରେ ୪୦ ଟି ଭିନ୍ନଭିନ୍ନ କାମ ପାଇଁ ମହିଳା ଏସ୍‌ଏଚ୍‌ଜି ଗ୍ରୁପ୍‌ଙ୍କୁ ଦିଆଯିବ ଏକ ହଜାର କୋଟି ଟଙ୍କା । ଜିଲ୍ଲାସ୍ତରରେ ଏଭଳି କିଛି କାର୍ଯ୍ୟ ହାତକୁ ନିଆଯିବ ଯାହାକି ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏଥିସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କର ସରକାରୀ କାର୍ଯ୍ୟକ୍ରମରେ ଭାଗଦାରୀ ବଢ଼ିବା ସହ ସେମାନେ ଆର୍ଥିକ ଭାବରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.