ETV Bharat / city

ଦିଲ୍ଲୀ ବସ୍ତି ଉଚ୍ଛେଦକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ - demolition of slums in Delhi

କୋରୋନା ସମୟରେ ଦିଲ୍ଲୀର ଫରିଦାବାଦ ଅଞ୍ଚଳରେ 12ଶହ ବସ୍ତିବାସିନ୍ଦାଙ୍କ ଘର ଉଚ୍ଛେଦ କରିଦିଆଯାଇଛି । ଆଗକୁ ଏପରି ସମାନ ସ୍ଥିତି ଓଡିଶାରେ ହେବନି ବୋଲି କିଛି ମାନେ ନାହିଁ । ତେଣୁ ଏହାକୁ ଦୃଷ୍ଟିରେ ରଖି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ଥାଳି ଓ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦିଲ୍ଲୀରେ ବସ୍ତି ଉଚ୍ଛେଦକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ

author img

By

Published : Sep 18, 2020, 3:59 PM IST

ଭୁବନେଶ୍ବର: କୋରୋନା ସମୟରେ ଦିଲ୍ଲୀର ଫରିଦାବାଦ ଅଞ୍ଚଳରେ 12ଶହ ବସ୍ତିବାସିନ୍ଦାଙ୍କ ଘର ଉଚ୍ଛେଦ କରିବା ସହ ସେମାନଙ୍କୁ ସେଠାରୁ ତଡିଦିଆଯାଇଛି । ସେହିପରି ନିକଟରେ ସୁପ୍ରିମକୋର୍ଟ ଦିଲ୍ଲୀର 48 ହଜାର ବସ୍ତି ଘରକୁ ଭାଙ୍ଗିବାକୁ ଆଦେଶ ଦେଇଛନ୍ତି । ଯାହାର ପ୍ରତିବାଦର ସ୍ୱର ଭୁବନେଶ୍ୱରରେ ଦେଖିବାକୁ ମିଳିଛି ।

ଦିଲ୍ଲୀରେ ବସ୍ତି ଉଚ୍ଛେଦକୁ ନେଇ ଭୁବନେଶ୍ୱରରେ ପ୍ରତିବାଦ

ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକରେ ଥାଳି ଓ ଘଣ୍ଟ ବଜାଇ ପ୍ରତିବାଦ କରାଯାଇଛି । ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଅତ୍ୟନ୍ତ ଅପ୍ରାସଙ୍ଗିକ କହିବା ସହ ଏହା ବସ୍ତି ବାସୀଙ୍କର ଅଧିକାରକୁ ଉଲ୍ଲଙ୍ଘନ କରୁଥିବା କହିଛନ୍ତି ମଞ୍ଚର ସମ୍ପାଦିକା ପ୍ରମିଳା ବେହେରା ।

ଶୁକ୍ରବାର ଦିଲ୍ଲୀ ସରକାର ଏହାକୁ ପାଳନ କରୁଥିବା ବେଳେ ଆସନ୍ତାକାଲି ଦେଶର ଅନ୍ୟ ରାଜ୍ୟମାନଙ୍କରେ ଏହାକୁ ମାନିବାକୁ ବି କୁହାଯାଇ ପାରେ । ତେଣୁ ମଞ୍ଚ ପକ୍ଷରୁ ଏହି ନିଷ୍ପତ୍ତିର ବିରୋଧ କରାଯିବା ସହ ଏହାକୁ ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି । ଏହାସହ ସରକାରଙ୍କ ବିଭିନ୍ନ ଯୋଜନାରେ ବସ୍ତି ବାସିନ୍ଦାଙ୍କ ବାସଗୃହ ଯୋଗାଇ ଦିଆଯିବା ସହ କର୍ମକ୍ଷେତ୍ରର ପାଞ୍ଚ କିଲୋମିଟର ମଧ୍ୟରେ ରହିବା ପାଇଁ ବାସଗୃହ ଦିଆଯିବାକୁ ସେ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମଞ୍ଚ ପକ୍ଷରୁ ସେ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.