ETV Bharat / city

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଅଭିନବ ପ୍ରୟାସ, ୮୦ ଟଙ୍କାରେ ବିକ୍ରିକଲା ପେଟ୍ରାେଲ - କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଅଭିନବ ପ୍ରୟାସ, ୮୦ ଟଙ୍କାରେ ବିକ୍ରିକଲା ପେଟ୍ରାେଲ

author img

By

Published : Jul 20, 2021, 10:56 PM IST

ଭୁବନେଶ୍ବର: ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଅଭିନବ ପ୍ରତିବାଦ । ତୈଳ ଦର ବୃଦ୍ଧିକୁ ନେଇ ଅଭିନବ ଉପାୟରେ ପ୍ରତିବାଦ କରିଛି କଂଗ୍ରେସ ଦଳ । ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା, ପେଟ୍ରୋଲ ନିଅନ୍ତୁ ୮୦ ଟଙ୍କାରେ ଏଭଳି ଶବ୍ଦରେ ଗୁଞ୍ଜରିତ ହେଉଥିଲା ୟୁନିଟ ୨ ପେଟ୍ରୋଲ ପମ୍ପ ସମ୍ମୁଖ ସ୍ଥାନ । ଭୁବନେଶ୍ୱର ବାସୀଙ୍କୁ ଲିଟର ୮୦ ଟଙ୍କାରେ ପେଟ୍ରୋଲ ବିକିଲା କଂଗ୍ରେସ । ସାରା ଦେଶରେ ତୈଳ ଦରର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱର କଂଗ୍ରେସ ପକ୍ଷରୁ ରାଜଧାନୀବାସୀଙ୍କୁ ୮୦ ଟଙ୍କାରେ ପେଟ୍ରୋଲ ଦିଆଯାଉଛି । ପ୍ରାୟ ୩୦୦ ଜଣଙ୍କୁ ୮୦ ଟଙ୍କା ମୁଲ୍ୟ ରେ ୧ ଲିଟର ପେଟ୍ରୋଲ ଦିଆଯାଇଛି ।

ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଅଭିନବ ପ୍ରୟାସ, ୮୦ ଟଙ୍କାରେ ବିକ୍ରିକଲା ପେଟ୍ରାେଲ

କୋଭିଡ ସଂକ୍ରମଣ ସମୟରେ ସାଧାରଣ ଲୋକଙ୍କୁ ପେଟ୍ରୋଲ, ଡିଜେଲ ସମେତ ରନ୍ଧନ ଗ୍ୟାସର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଲୋକଙ୍କୁ ଲିଟର ପିଛା ୮୦ ଟଙ୍କାରେ ପେଟ୍ରୋଲ ବଣ୍ଟନ କରୁଛୁ ବୋଲି ଭୂବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ସୂଚନା ଦେଇଛନ୍ତି । ସେପଟେ ଏଭଳି ଲକ ଡାଉନ ସମୟରେ ରୋଜଗାର ନାହିଁ, ତୈଳ ଦର ଶହେ ଉପରେ ପହଞ୍ଚିଲାଣି ଆମେ କେମିତି ପରିବାର ଚଳାଇବୁ ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ତେବେ କଂଗ୍ରେସ ପକ୍ଷରୁ ୨୧ ଟଙ୍କା କମ ମୂଲ୍ୟରେ ପେଟ୍ରୋଲ ମିଳୁଥିବାରୁ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ରାଜଧାନୀବାସୀ ।

ଦଳ ପକ୍ଷରୁ ମଧ୍ୟ ଏକ ଦସ୍ତଖତ ଅଭିଯାନ ମଧ୍ୟ ଜାରି ରହିଛି । ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ କଂଗ୍ରେସ ଚେଷ୍ଟା ଜାରି ରଖିଛି । ସୂଚନାନୁସାରେ ଜୁଲାଇ ୭ ରୁ ୧୭ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ତୈଳ ଦର ବୃଦ୍ଧିକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.