ଭୁବେନଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବୀରେ ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ସଂଗଠନ । ବନ୍ଦ ପାଳନ ସାଙ୍ଗକୁ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ଆନ୍ଦୋଳନକାରୀ । ସଙ୍ଗଠନ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରାଯାଉଥିବା ବେଳେ ପୋଲିସ ଆନ୍ଦୋଳନର ନେତୃତ୍ବ ନେଉଥିବା ଅକ୍ଷୟ କୁମାର ଓ ଶେଷଦେବଙ୍କୁ ପୋଲିସ ଉଠାଇ ନେଇଛି । ସେହିପରି ନବନିର୍ମାଣ ଯୁବଛାତ୍ର ସଂଗଠନ ବାଇକ ଶୋଭାଯାତ୍ରାରେ ରବି ଟକିଜ୍ଠାରୁ ରସୁଲଗଡ଼ ଯିବା ସମୟରେ ଯୁବଛାତ୍ର ସଂଗଠନ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି ।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ 16 ଦିନ ବିତିଲାଣି ହେଲେ ପୋଲିସ ହାତ ଖାଲି । ଏହାର ଦୃଢ ପ୍ରତିବାଦ କରିଛନ୍ତି ମୃତ ରୁଚିକାଙ୍କ ମାଆ ଏବଂ ନବ ନିର୍ମାଣ କୃଷକ ଓ ଯୁବ ଛାତ୍ର ସଙ୍ଗଠନ । ରୁଚିକାକୁ ନ୍ୟାୟ ଦାବୀରେ ଆଜି ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବୁଲି ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଦୋକାନୀଙ୍କ ସହ ବନ୍ଦକୁ ନେଇ ବଚସା ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ପୋଲିସ ଓ ଆନ୍ଦୋଳନରତ ଛାତ୍ରଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଆନ୍ଦୋଳନରତ କର୍ମୀଙ୍କୁ ପ୍ରଥମେ କଲ୍ପନାରେ ପୋଲିସ ଅଟକାଇଥିଲା । ଗୋଟିଏ ପଟେ ନବ ନିର୍ମାଣ ସଂଗଠନ ବନ୍ଦ ପାଇଁ ଶୋଭାଯାତ୍ରା କରୁଥିବା ବେଳେ ଅନ୍ୟପଟେ ନବୀନ ନିବାସ ଘେରାଓ କରିବାକୁ ଉଦ୍ୟମ କରିଥିଲେ କୃଷକ ସଙ୍ଗଠନର କର୍ମକର୍ତ୍ତା ଓ ସମର୍ଥକ । ଛାତ୍ରୀଙ୍କୁ ନ୍ୟାୟ ନମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ନବନିର୍ମାଣ ଯୁବଛାତ୍ର ସଂଗଠନ କହିଛି ।
ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ ହୋଇଥିଲା । କେଉଁଠି ଶୃଙ୍ଖଳା ସ୍ଥିତିକୁ ନେଇ ରାଜଧାନୀରେ କୌଣସି ଅଘଟଣ ଘଟିନଥିବା କହିଛନ୍ତି ଭୁବନେଶ୍ବର ଡିସିପି ।
ଇଟିଭି ଭାରତ, ଭୁବେନଶ୍ବର