ଭୁବନେଶ୍ବର: ମନ୍ଦିର ଖୋଲିବା ନେଇ ତେଜୁଛି ବିକ୍ଷୋଭ । ଭୁବନେଶ୍ବର ଫରେଷ୍ଟ ପାର୍କ ନିକଟସ୍ଥ ଝାଡେଶ୍ବରୀ ମନ୍ଦିର ସମ୍ମୁଖରେ ମନ୍ଦିର ଖୋଲିବା ପ୍ରତିବାଦରେ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ବୁଧବାର ସକାଳ 9 ଟା ରୁ 9 ମିନିଟ ପାଇଁ ଅର୍ଥାତ ମାତ୍ର ନଅ ମିନିଟ ପାଇଁ କରାଯାଇଛି ପ୍ରତୀକାତ୍ମକ ଆନ୍ଦୋଳନ ।
କୋରୋନା ମହାମାରୀ ସେବାୟତଙ୍କ ପେଟକୁ ଲାତ ମାରିଛି । ଅନଲକ 6 ମଧ୍ୟରେ ସବୁକିଛି ଖୋଲା ଯାଇଥିବା ବେଳେ ଦୀର୍ଘ 8 ମାସ ହେଲା ମଠ, ମନ୍ଦିର ଓ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ଏହାସହ ସେବାୟତଙ୍କ ରୋଜଗାରର ସବୁ ବାଟ ମଧ୍ୟ ବନ୍ଦ ହୋଇଯାଇଛି । ତାଙ୍କ ଆର୍ଥିକ ସ୍ଥିତି ଭୁଷୁଡିବାରେ ଲାଗିଛି । ତେଣୁ କୋରୋନା କଟକଣା ମଧ୍ୟରେ ଧାର୍ମିକ ଅନୁଷ୍ଠାନ ଖୋଲିବା ସହ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଓଡିଶା ମନ୍ଦିର ସେବାୟତ ସଂଘ ଦାବି କରିଛି । ବୁଧବାର(ଆଜି) ସକାଳେ ଘଣ୍ଟ ହଜାଇ ଶଙ୍ଖ ଫୁଙ୍କି ନିଆରା ରୂପେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ