ETV Bharat / city

ଏଆଇବିଓସି ମେଗା ବ୍ୟାଙ୍କ ଏକତ୍ରୀକରଣକୁ ବିରୋଧ

author img

By

Published : Aug 31, 2019, 11:40 PM IST

ଏଆଇବିଓସି ମେଗା ବ୍ୟାଙ୍କ ଏକତ୍ରୀକରଣକୁ ଦୃଢ ବିରୋଧ କରିଛନ୍ତି ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘ । ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10ଟି ବଡ ବଡ ସରକାରୀ ବ୍ୟାଙ୍କର ମିଶ୍ରଣ କରି 4ଟି ବଡ ବ୍ୟାଙ୍କ ଖୋଲିବାକୁ ଘୋଷଣା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଆଇବିଓସି ମେଗା ବ୍ୟାଙ୍କ ଏକତ୍ରୀକରଣକୁ ଦୃଢ ବିରୋଧ କରିଛନ୍ତି ଓଡିଶା ବ୍ୟାଙ୍କ କର୍ମଚାରୀ ସଂଘ । ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏକତ୍ରୀକରଣ ପରେ ଆରମ୍ଭ ହୋଇଥିବା ଆର୍ଥିକ ସଙ୍କଟକୁ ନେଇ ବ୍ୟାଙ୍କ କର୍ମଚାରୀ କେନ୍ଦ୍ର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 10ଟି ବଡ ବଡ ସରକାରୀ ବ୍ୟାଙ୍କର ମିଶ୍ରଣ କରି 4ଟି ବଡ ବ୍ୟାଙ୍କ ଖୋଲିବାକୁ ଘୋଷଣା କରିଥିଲେ । କିନ୍ତୁ କେନ୍ଦ୍ରର ଏହି ନିଷ୍ପତ୍ତିକୁ ଓଡିଶାର ବ୍ୟାଙ୍କ କର୍ମଚାରୀ ଘୋର ବିରୋଧ କରିଛନ୍ତି । କାରଣ ବ୍ୟାଙ୍କର ଏକତ୍ରୀକରଣର ନିଷ୍ପତ୍ତି 5 ଟ୍ରିଲିୟନ ଅର୍ଥନୀତିର ସ୍ବପ୍ନରେ ବାଧା ସୃଷ୍ଟି କରିବ ।

କେନ୍ଦ୍ରର ପକ୍ଷରୁ ବ୍ୟାଙ୍କ ଏକତ୍ରୀକରଣର ଘୋଷଣା ଯେଉଁଭଳି ଭାବରେ କରାଗଲା ତାହା ବ୍ୟାଙ୍କ ବୋର୍ଡର ସ୍ବତଃ ଅଧିକାର ବ୍ୟାଙ୍କିଂ କମ୍ପାନୀ ଅଧିନିୟମ 1970 ଏବଂ 1980ର ଉପହାସ ଉଡାଉଛି । କୌଣସି ପରିସ୍ଥିତିରେ ବ୍ୟାଙ୍କ ତଥା ତାହାର ଅଧିକାରୀ କର୍ମଚାରୀ ମାନଙ୍କ ହିତ ବିରୁଦ୍ଧରେ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବୀକାର କରାଯିବ ନାହିଁ ବୋଲି ବ୍ୟାଙ୍କ କର୍ମଚାରୀ ସଂଘ କହିଛି ।

ଭୁବନେଶ୍ବର ବିକାଶ ଦାସ, ଇଟିଭି ଭାରତ

Intro:ଏଆଇବିଓସି ମେଗା ବ୍ୟାଙ୍କ ଏକତ୍ରିକାରଣକୁ ଦୃଢ ବିରୋଧ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମାନ ବ୍ୟାଙ୍କ ମିଶ୍ରଣ ବିଷୟରେ ଘୋଷଣା କରିଛନ୍ତି। ଏହା ଫଳରେ ଦେଶରେ 10 ଟି ବଡ ବଡ ସରକାରୀ ବ୍ୟାଙ୍କ ମଧ୍ୟରେ 4 ଟି ବଡ ବ୍ୟାଙ୍କ ସୃଷ୍ଟି କରିବାକୁ ଯାଉଠୁବା ବେଳେ ଓଡ଼ିଶାରେ ଏହାକୁ ବିରୋଧ କରିଛନ୍ତି ବ୍ୟାଙ୍କ କର୍ମଚାରୀ।

Body:
ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏକତ୍ରିକାରଣ ପରେ ଆରମ୍ଭ ହୋଇଥିବା ଆର୍ଥିକ ସଙ୍କଟ ଏଯାଇଂ କମି ନଥିବା ବେଲେ ଏକତ୍ରୀ କରଣର ନିଷ୍ପତି 5 ଡଲାର ମିଲିୟନ ଅର୍ଥାବ୍ୟବସ୍ଥା ପାଇଁ ସହାୟକ ନୁହେଁ କିନ୍ତୁ ଏହା ଉପରେ ବାଧକ ଦେବ। ଦେଶବ୍ୟାପୀ ଏହି ଏକତ୍ରିକାରଣ ର ଦୃଢ ବିରୋଧ କରାଯିବ।

କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କର ସାର୍ବଜନୀନ କ୍ଷେତରେ ବ୍ୟାଙ୍କ ମାନଙ୍କର ଏକତ୍ରିକାରଣର ଘୋର ବିରୋଧ କରିଛନ୍ତି ବ୍ୟାଙ୍କ କର୍ମଚାରୀ ସଂଘ। ସରକାରଙ୍କ ଦ୍ୱାରା ବ୍ୟାଙ୍କ ଏକତ୍ରିକାରଣର ଘୋଷଣା ଯେଉଇଁ ଭଳି ଭାବରେ କରାଗଲା ତାହା ବ୍ୟାଙ୍କ ବୋର୍ଡ ର ସ୍ୱତଃ ଅଧିକାର ବ୍ୟାଙ୍କିଙ୍ଗ କମ୍ପାନୀ ଅଧିନିୟମ 1970 ଏବଂ 1980 ର ଉପହାସ ଉଡାଉଛି। କୌଣସି ପରିସ୍ଥିତିରେ ବ୍ୟାଙ୍କ ତଥା ତାହାର ଅଧିକାରୀ କର୍ମଚାରୀ ମାନଙ୍କ ହିତ ବିରୁଦ୍ଧରେ ନିଆଯାଇଥିବା ନିଷ୍ପତିକୁ ସ୍ୱୀକାର କରାଯିବ ନାହିଁ ବୋଲି କହିଛନ୍ତି ୟୁନାଇଟେଡ ବ୍ୟାଙ୍କର ପରିଚାଳକ, ସମ୍ବିତ ମିଶ୍ର।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.