ETV Bharat / city

ହତ୍ୟାକାଣ୍ଡ ନେଇ ତେଜୁଛି ବିରୋଧ, ରାଜଧାନୀରେ ଥାନା ସାମ୍ନାରେ ଶତାଧିକ ଲୋକ

ରାଜଧାନୀରେ ବିଗୁଡୁଛି ଆଇନ ଶୃଙ୍ଖଳା ବ୍ୟବସ୍ଥା । ହତ୍ୟା ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରାଉ କଲେ ଶତାଧିକ ଲୋକେ । ଅଧିକ ପଢନ୍ତୁ

ସୁନ୍ଦରପଦା ହତ୍ୟାକାଣ୍ଡ: ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲେ ଶତାଧିକ ଲୋକେ

author img

By

Published : Jan 4, 2022, 10:16 AM IST

ଭୁବନେଶ୍ବର: ରାଜଧାନୀ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷକୁ ନେଇ ହତ୍ୟା ମାମଲା । ହତ୍ୟାକାଣ୍ଡକୁ ତିନି ଦିନ ବିତିଥିଲେ ସୁଦ୍ଧା ପୋଲିସର ହାତ ଖାଲି । ବାହାରେ ଖୁଲମଖୁଲା ବୁଲିଛି ହତ୍ୟା ଅଭିଯୁକ୍ତ । ପୋଲିସ ଉପରେ ଶାସକ ଦଳର ଚାପ ଯୋଗୁଁ ଅଭିଯୁକ୍ତକୁ ଧରିବାରେ ପୋଲିସ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ଏବଂ ଅଭିଯୁକ୍ତକୁ ଗିରଫ ଦାବିରେ ସୋମବାର ଏୟାରଫିଲ୍ଡ ଥାନା ଘେରାଉ କରିଛନ୍ତି ଶତାଧିକ ଲୋକେ ।

ସୁନ୍ଦରପଦା ହତ୍ୟାକାଣ୍ଡ: ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଘେରିଲେ ଶତାଧିକ ଲୋକେ

ବିକ୍ଷୋଭକାରୀଙ୍କ ଅଭିଯୋଗ, ପୋଲିସର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ହତ୍ୟାକାରୀ ବାହାରେ ବୁଲୁଛି । ଏପରିକି ବାଇକ ଯୋଗେ ପୁରୀରୁ ଭୁବନେଶ୍ବର ଘୁରି ବୁଲୁଥିବାବେଳେ ପୋଲିସ ତାକୁ ଧରିବାରେ ଫେଲ୍ ହୋଇଛି । ପୋଲିସର ଏ ଦିଗରେ ନିଷ୍କ୍ରିୟତା ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ପ୍ରକାଶ ପାଇଛି । ମୃତକଙ୍କୁ ନ୍ୟାୟ ଦାବିରେ ସୁନ୍ଦରପଦା ଅଞ୍ଚଳର ଶତାଧିକ ଲୋକେ ଏୟାରଫିଲ୍ଡ ଥାନା ଆଗରେ ନାରାବାଜି କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୩୧ ତାରିଖ ରାତିରେ ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଖେଳପଡିଆ ମଝିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଭୋଜିଭାତ ଆସର ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷକୁ ନେଇ ଦୀପକ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଅଥଚ ହତ୍ୟାକାଣ୍ଡକୁ ତିନି ଦିନ ବିତିଥିଲେ ସୁଦ୍ଧା ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୋଲିସ ।

ଭୁବେନଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.