ETV Bharat / city

ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ - ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ

କେନ୍ଦ୍ର ଦେଉଥିବା 6 ହଜାର ସହିତ ରାଜ୍ୟ ପୂର୍ବରୁ ଦେଉଥିବା 10ହଜାର ଟଙ୍କା ବଦଳରେ 4 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଯାହା ସରକାରଙ୍କର ଲୋକଙ୍କ ପ୍ରତି ଧୋକା ବୋଲି ନବନିର୍ମାଣ ପକ୍ଷରୁ କୁହାଯାଇଛି । ଅଧିକ ପଢନ୍ତୁ...

navanirma
ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ
author img

By

Published : Dec 26, 2019, 3:01 PM IST

ଭୁବନେଶ୍ବର: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ସତ୍ୟାଗ୍ରହ । ଯାହାକି ନବୀନ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ସଂଗଠନ ପକ୍ଷରୁ ଜାରି ରହିଥିବା ଲଢ଼େଇର ଏହା ଏକ ମୁଖ୍ୟ ଅଙ୍ଗ ।

ସୂଚନାମୁତାବକ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ରାଜ୍ୟର କୃଷକଙ୍କୁ କାଳିଆ ଯୋଜନା ଘୋଷଣା କରି ଆର୍ଥିକ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଥିଲେ । ପରେ ଏଥିପାଇଁ ଅର୍ଥ ମଞ୍ଜୁର କରିବା ସହିତ ପ୍ରଥମ ଦଫାରେ କିଛି ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରିଥିଲେ । ତେବେ ନିକଟରେ ସରକାରଙ୍କ ପକ୍ଷରୁ ଏହି ଯୋଜନାକୁ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଶାଇ ଦେବାକୁ ଘୋଷଣା କରିଛନ୍ତି ।

ନବ ନିର୍ମାଣ କୃଷକ ସଙ୍ଗଠନର ସତ୍ୟାଗ୍ରହ

ଯାହାଫଳରେ କେନ୍ଦ୍ର ଦେଉଥିବା 6 ହଜାର ସହିତ ରାଜ୍ୟ ଆଗରୁ ଦେଉଥିବା 10ହଜାର ଟଙ୍କା ବଦଳରେ 4 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ । ଏହା ସରକାରଙ୍କର ଲୋକଙ୍କ ପ୍ରତି ଧୋକା ବୋଲି ନବନିର୍ମାଣ ପକ୍ଷରୁ କୁହାଯାଇଛି । ତେଣୁ ଲୋକଙ୍କୁ ସରକାରଙ୍କ ଏଭଳି ମନୋଭାବ ବିଷୟରେ ଜଣାଇବା ଉଦ୍ଦେଶ୍ୟରେ ଏହି ସତ୍ୟାଗ୍ରହ ଆରମ୍ଭ କରାଯାଇଥିବା କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ଏହା ସହିତ ସଂଗଠନ ଚାଷୀଙ୍କୁ ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ପାଇଁ ତାର ଆନ୍ଦୋଳନ ଜାରି ରହିଛି ବୋଲି ସେ କହିଛନ୍ତି ।

ତେବେ ଏହି ସତ୍ୟାଗ୍ରହ ପିଏମଜି ଠାରେ କରାଯିବାକୁ ସ୍ଥିର ହୋଇଥିବାବେଳେ ଏଥିପାଇଁ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ଦିନ ସମୟ ଦିଆଯିବାରୁ ଏହାକୁ ଚାରି କାନ୍ଥ ଘେରା ଘରଭିତରେ ଆୟୋଜନ କରାଯାଉଥିବା ସେ କହିଛନ୍ତି । ଏହି ସତ୍ୟାଗ୍ରହରେ ସଂଗଠନର ଅନ୍ୟାନ୍ୟ କର୍ମୀମାନେ ଧୀରେ ଧୀରେ ଯୋଡି ହେଉଥିବା ଜଣାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ସତ୍ୟାଗ୍ରହ।ଯାହାକି ନବୀନ ପଟ୍ଟନାୟକ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ସଂଗଠନ ପକ୍ଷରୁ ଜାରି ରହିଥିବା ଲଢ଼େଇର ଏକ ମୁଖ୍ୟ ଅଙ୍ଗ।

Body:ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନା ଘୋଷଣା କରି ଆର୍ଥିକ ପ୍ରୋତ୍ସାହନ ଦେବେ ବୋଲି ଘୋଷଣା କରିଥିଲେ।ପରେ ଏହାପାଇଁ ଅର୍ଥ ମଞ୍ଜୁର କରିବା ସହିତ ପ୍ରଥମ ଦଫାରେ କିଛି ଚାଷୀଙ୍କୁ ଏହି ଅର୍ଥ ପ୍ରଦାନ କରିଥିଲେ।ତେବେ ନିକଟରେ ସରକାରଙ୍କ ପକ୍ଷରୁ ଏହି କାଳିଆ ଯୋଜନାକୁ କେନ୍ଦ୍ରସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ମିଶାଇ ଦେବାକୁ ଘୋଷଣା କରିଛନ୍ତି।ଯାହାଫଳରେ କେନ୍ଦ୍ର ଦେଉଥିବା 6 ହଜାତ ସହିତ ରାଜ୍ୟ ଆଗରୁ ଦେଉଥିବା 10 ହଜାର ଟଙ୍କା ବଦଳରେ 4 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ।ଏହା ସରକାରଙ୍କ ଲୋକଙ୍କ ପ୍ରତି ଧୋଖା ବୋଲି ନବନିର୍ମାଣ ପକ୍ଷରୁ କୁହାଯାଇଛି।ତେଣୁ ସାଧାରଣଲୋକଙ୍କୁ ସରକାରଙ୍କ ଏହି ଧୋଖା ବିଷୟରେ ଜଣାଇବା ଉଦେଶ୍ୟରେ ଏହି ସତ୍ୟାଗ୍ରହ ଆରମ୍ଭ କରାଯାଇଥିବା କହିଛନ୍ତି ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର।ଏହା ସହିତ ସଂଗଠନ ଚାଷୀଙ୍କୁ ପ୍ରାଇସ ,ପ୍ରେଷ୍ଟିଜ ଓ ପେନସନ ପାଇଁ ତାର ଆନ୍ଦୋଳନ ଜାରି ରହିଛି ବୋଲି ସେ କହିଛନ୍ତି।
ତେବେ ଏହି ସତ୍ୟାଗ୍ରହ ପିଏମଜି ଠାରେ କରାଯିବାକୁ ସ୍ଥିର ହୋଇଥିବାବେଳେ ଏଥିପାଇଁ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ଦିନ ସମୟ ଦିଆଯିବାରୁ ଏହାକୁ ଚାରି କାନ୍ଥ ଘେରା ଘରଭିତରେ ଆୟୋଜନ କରାଯାଉଥିବ ସେ କହିଛନ୍ତି।ଏହି ସତ୍ୟାଗ୍ରହ ରେ ସଂଗଠନ ର ଅନ୍ୟାନ୍ୟ କର୍ମୀମାନେ ଧୀରେ ଧୀରେ ଯୋଡି ହେଉଥିବା ଜଣାଯାଇଛି।
ବାଇଟ-ଅକ୍ଷୟ କୁମାର-ରାଷ୍ଟ୍ରୀୟ ସଂଯୋଜକ,ନବନିର୍ମାଣ କୃଷକ ସଙ୍ଗଠନ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.