ଭୁବନେଶ୍ବର: ଆରମ୍ଭ ହେଲା ପ୍ରମୋସନ ଅଦାଲତ । ପ୍ରଥମ ପର୍ଯ୍ୟାୟରେ ତିନି ଦିନ ଧରି ଚାଲିବାକୁ ଥିବା ଅଭିଯୋଗର ଶୁଣାଣି ଏକାଥରେ 6ଟି ସ୍ଥାନରେ ଆରମ୍ଭ ହୋଇଛି । ବିଭିନ୍ନ କାରଣରୁ ପ୍ରମୋସନରୁ ବଞ୍ଚିତ ହୋଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଥମ କରି ଏଭଳି ଏକ ଅଦାଲତର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।
ଅଦାଲତରେ ଅଭିଯୋଗ ରଖିବା ପାଇଁ ଆସିଥିବା 8909 ଅଭିଯୋଗ ଭିତରୁ 2273 ଅଭିଯୋଗର ପ୍ରଥମେ ଶୁଣାଣି ହେବ । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଅନୁସାରେ 6ଟି ସ୍ଥାନରେ ଏକା ସାଙ୍ଗରେ ଅଭିଯୋଗର ଶୁଣାଣି ଆରମ୍ଭ ହୋଇଛି ।
28, 29 ଓ 31 ତିନି ଦିନ ଧରି ଏହାର ଶୁଣାଣି ହେବ । ଅଭିଯୋଗକାରୀ ମାନଙ୍କୁ ପଠାଯାଇଥିବା ଅନୁମତି ଚିଠା ଜରିଆରେ ଅଭିଯୋଗ ରଖିବା ପାଇଁ ସୁଯୋଗ ଦିଆଯିବ । ପ୍ରମୋସନ ପାଇଁ କରିଥିବା ଆବେଦନକାରୀ ହିଁ କେବଳ ଅଦାଲତରେ ନିଜ କଥା ରଖିପାରିବେ । କୌଣସି ଓକିଲ କିମ୍ବା ମଧ୍ୟସ୍ଥିଙ୍କ ଜରିଆରେ ସେମାନେ ଅଭିଯୋଗ ରଖିପାରିବେ ନାହିଁ ।
ପ୍ରଥମ ପର୍ଯ୍ୟାୟରେ ଆଜି ଦିନ ତମାମ ଅଭିଯୋଗର ଶୁଣାଣି ହେବାକୁ ଥିବାବେଳେ ଫେବୃଆରୀ ଶେଷ ସପ୍ତାହ ଅର୍ଥାତ ଫେବୃଆରୀ 27,28,29 ତିନି ଦିନ ଦ୍ବିତୀୟ ରାଉଣ୍ଡ ଶୁଣାଣି ହେବ । ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅନ୍ୟ 6 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶୁଣାଣି କରିବେ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ