ETV Bharat / city

ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରୁଛି ଅମ୍ଫାନ, ଏକରୁ ଦୁଇ ଘଣ୍ଟା ଜାରି ରହିବ ପ୍ରକ୍ରିୟା

author img

By

Published : May 20, 2020, 4:28 PM IST

ଆଜି ସନ୍ଧ୍ୟା ୪ଟାରୁ ୬ ଟା ମଧ୍ୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅମ୍ଫାନ’ ।

process-of-land-fall-of-amphan-is-started
‘ଅମ୍ଫାନ’ର ଲ୍ୟାଣ୍ଡ ପ୍ରକ୍ରିୟା ଆରମ୍ଭ, ଏକ ଘଣ୍ଟାରୁ ଦୁଇ ଘଣ୍ଟା ସମୟ ଲାଗିବ: ପାଣିପାଗ ବିଭାଗ

ଭୁବନେଶ୍ବର: ସନ୍ଧ୍ୟା ୪ ଟାରୁ ୬ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ । ବାତ୍ୟା ‘ଅମ୍ଫାନ’କୁ ନେଇ ବଡ ତଥ୍ୟ ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ । ଆଜି ସନ୍ଧ୍ୟା ୪ଟାରୁ ୬ ଟା ମଧ୍ୟରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଅମ୍ଫାନ’ ।

ପାରାଦୀପ ଠାରୁ ପୂର୍ବ ଉତ୍ତର ପୂର୍ବ ଦିଗରେ ୧୭୦ କିମି ଦୂରରେ ରହିଛି ବାତ୍ୟା । ‘ଅମ୍ଫାନ’ ଧୀରେ ଧିରେ ସୁନ୍ଦରବନ ଆଡକୁ ଗତି କରୁଛି । ଦୀଘାଠାରୁ ପ୍ରାୟ ୯୦ କିମି ଓ ବାଂଲାଦେଶ ଠାରୁ ପ୍ରାୟ ୯୫ କିମି ଦୂରରେ ରହିଛି । ଅର୍ଥାତ ପାରାଦୀପଠାରୁ ଧୀରେ ଧୀରେ ଦୂରଉଛି ବାତ୍ୟା ଅମ୍ଫାନ । ପାରାଦୀପରେ ସର୍ବାଧିକ ୧୦୬ କିମି ପ୍ରତି ଘଣ୍ଟାର ପବନ ରେକର୍ଡ କରାଯାଇଛି । ଏବେ ପାରାଦୀପରେ ପବନର ବେଗ ଘଣ୍ଟା ପ୍ରତି ୮୭ କିମି ରହିଛି । ବାଲେଶ୍ବରରେ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୫ କିମି ରହିପାରେ । ଭୁବନେଶ୍ବରରେ ୪୫ରୁ ୫୫ କିମି ବେଗରେ ବହିଛି ପବନ । ତେବେ ପାରାଦୀପରେ ସର୍ବାଧିକ ୨୧୦ ମିମି ବର୍ଷା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.