ଭୁବନେଶ୍ବର: ଖୁବଶୀଘ୍ର ଓଡିଶା ଆସିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ 2024 ନିର୍ବାଚନରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି । ତେବେ ଗସ୍ତ ନେଇ ପ୍ରଦେଶ କଂଗ୍ରେସ କମିଟି ଏପର୍ଯ୍ୟନ୍ତ ସ୍ପଷ୍ଟ କରିନଥିବାବେଳେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଓଡ଼ିଶାରେ କଂଗ୍ରେସ ସଂଗଠନ ନେଇ ରୋଡମ୍ୟାପ ପ୍ରସ୍ତୁତ ସରିଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଓଡ଼ିଶାରେ କଂଗ୍ରେସର ଏଭଳି ଦୟନୀୟ ସ୍ଥିତି ନେଇ ରାହୁଲଙ୍କ ଚିନ୍ତା ପ୍ରକଟ ମଧ୍ୟ କରିଥିବା ସୂଚନା ରହିଛି । ଅନ୍ୟପଟେ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଜାରି ରହିଥିବା ଚିନ୍ତନ ଶିବିରର ଆଜି ହେଉଛି ଅନ୍ତିମ ଦିବସ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ